୧୧,୦୦୦ କୋଟିର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
(କାନପୁର) : ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ମଙ୍ଗଳବାର) ୟୁପିର କାନପୁରରେ ୧୧,୦୦୦ କୋଟି ଟଙ୍କାର ମେଟ୍ରୋ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୋଦିଙ୍କ ସହ ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହି ମେଟ୍ରୋ ଟ୍ରେନ୍ରେ ଯାତ୍ରା କରିଥିଲେ। ଯାହାର ଫଟୋ ଏବେ ଭାଇରାଲ ହୋଇଛି।
ସୂଚନାନୁଯାୟୀ , କାନପୁରରେ ମେଟ୍ରୋ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୨ କିଲୋମିଟର । ଏଥିପାଇଁ ୧୧ ହଜାର କୋଟି ଟଙ୍କା ବ୍ୟୟ କରାଯାଇଛି। ବିଶେଷକରି ଆଇଆଇଟି କାନପୁରରୁ ମୋତି ଝେଲ ପର୍ଯ୍ୟନ୍ତ ୯ କିମି ଫୋକସ ଏରିଆ ବୋଲି ପିଏମଓ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୯ ନଭେମ୍ବର ୧୫ରୁ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।