ଆଉ ବଜାରକୁ ଆସିବନି ପ୍ଲାଷ୍ଟିକ କପ୍ ,ଗ୍ଲାସ

ନୂଆଦିଲ୍ଲୀ: ଦେଶରେ ବ୍ୟାନ ହେବ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ । ଏକକ ବ୍ୟବହାର ପ୍ଲାଷ୍ଟିକରେ କମ୍ ବ୍ୟବହାର ସହ ଅଧିକ ଆବର୍ଜନା ସୃଷ୍ଟି କରିଥାଏ ।ଯେଉଁଥିପାଇଁ କେନ୍ଦ୍ରସରକାର ଏଭଳି ନିଷ୍ପତି ନେଇଛନ୍ତି । ଆସନ୍ତା ଜୁଲାଇ ୧ରୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଯେପରିକି ପ୍ଲାଷ୍ଟିକ କପ, ଗ୍ଲାସ, ଚାମଚ, ଛୁରୀ, ଷ୍ଟ୍ର, ପିବିସିରେ ତିଆରି ୧୦୦ ମାଇକ୍ରୋନରୁ କମ ମୋଟା ବ୍ୟାନର ଆଉ ବଜାରରେ ଦେଖିବାକୁ ମିଳିବନି । ସେହିପରି ବେଲୁନ୍,ଇଅରବଡ,ଆଇସକ୍ରିମ,ଚକୋଲେଟରେ ବ୍ୟବହୃତ ପ୍ଲାଷ୍ଟିକକୁ ମଧ୍ୟ ବାଦ୍ ଦିଆଯାଇଛି ।ପୂର୍ବରୁବି ପ୍ଲାଷ୍ଟିକ ନିର୍ମିତ କିଛି ସାମଗ୍ରୀ ଉପରେ ସରକାର କଟକଣା ଲଗାଇଥିଲେ । ଏଥିରେ ୭୫ ମାଇକ୍ରୋନରୁ କମ ମୋଟା ଯୁକ୍ତ ପ୍ଲାଷ୍ଟିକ କ୍ୟାରି ବ୍ୟାଗର ପ୍ରସ୍ତୁତି, ଆମଦାନୀ, ବିତରଣ, ବିକ୍ରି ଓ ବ୍ୟବହାର ସାମିଲ ଅଛି । ସେହିପରି ଆଗାମୀ ଡିସେମ୍ବର ୩୧, ୨୦୨୨ରୁ ୧୨୦ ମାଇକ୍ରୋନରୁ କମ ମୋଟେଇଯୁକ୍ତ ପ୍ଲାଷ୍ଟିକ ବ୍ୟବହାର ରେ ପ୍ରତିବନ୍ଧକ ଲାଗିବ । ପରିବେଶ ମନ୍ତ୍ରାଳୟ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବି ନିଜ ସୀମାରେ ଚେକପଏଣ୍ଟ କରି କଡା ଯାଞ୍ଚ କରିବେ । ଯେପରି ଏହି ସାମଗ୍ରୀ ଅନ୍ୟ ରାଜ୍ୟକୁ ପହଞ୍ଚି ପାରିବ ନାହିଁ । ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଯୋଗୁଁ କେବଳ ସ୍ଥଳଭାଗ ନୁହେଁ ସମୁଦ୍ର ପରିବେଶବି ଦୂଷିତ ହେଉଥିବା କହିଛି ପରିବେଶ ମନ୍ତ୍ରାଳୟ ।