ଉଡାଣ ଭରୁ ଭରୁ ଜଳିଗଲା ବିମାନ

ନୂଆଦିଲ୍ଲୀ: ପୁଣି ଏକ ବଡ ବିମାନ ଦୁର୍ଘଟଣା । ଲଣ୍ଡନ ସାଉଥ୍‌ଏଣ୍ଡ୍‌ ଏୟାରପୋର୍ଟରେ ବିମାନ ଦୁର୍ଘଟଣା । ବିଚ୍‌କ୍ରାଫ୍‌ B200 ସୁପରକିଙ୍ଗ୍ ଏୟାର ବିମାନ ଦୁର୍ଘଟଣା । ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିମାନଟି । ତେବେ ମୃତାହତଙ୍କ ସମ୍ପର୍କରେ ସ୍ପଷ୍ଟ ସୂଚନା ଆସିପାରି ନାହିଁ ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ ଇଂଲଣ୍ଡର ଦକ୍ଷିଣପୂର୍ବ ଉପକୂଳରେ ଲଣ୍ଡନର ସାଉଥଏଣ୍ଡ ବିମାନବନ୍ଦରରେ ଏକ ଛୋଟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ କ୍ରାସ୍ ହୋଇଥିଲା । ଘଟଣା ପରେ ତୁରନ୍ତ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ ଏକାଧିକ ବିମାନ ବାତିଲ କରାଯାଇଥିଲା । ଜଳିଯାଇଥିବା ବିମାନଟିର ଲମ୍ବ ଥିଲା ମାତ୍ର ୧୨ ମିଟର । ତେବେ ବିମାନରେ କେତେ ଜଣ ଥିଲେ, କିଏ ଜୀବିତ କିଏ ମୃତ ସେନେଇ କୌଣସି ସୂଚନା ମିଳିପାରିନାହିଁ । ସମ୍ପୃକ୍ତ ବିମାନଟି ଏକ ବିଚ୍ B200 ମଡେଲ୍ ବୋଲି କୁହାଯାଉଛି। ଏହା ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଉଡ଼ାଣ ଭରୁଥିଲା।