ନେପାଳ ବିମାନ ଦୁର୍ଘଟଣା: ୩ ମୃତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନେପାଳରେ ବିମାନ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୋଲୁଖୁମ୍ବୁ ଜିଲ୍ଲା ସ୍ଥିତ ତେଞ୍ଜିଂ ହିଲାରୀ ବିମାନ ବନ୍ଦରରେ ସୁମିତ ଏୟାର ବିମାନ ରନୱେରେ ଟେକଅଫ ପୂର୍ବରୁ ଖସିଯାଇ ସେଠାରେ ଥିବା ଦୁଇ ଘରୋଇ ହେଲିକପ୍ଟର ସହ ଧକ୍କା ହୋଇଥିଲା । ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।
ମୃତକଙ୍କ ମଧ୍ୟରେ ସୁଦିପ ଧୁଙ୍ଗାନା, ସୁମିଟ ଏୟାରର ସହ ପାଇଲଟ, ରାମ ବାହାଦୂର ଖାଡକା, ପର୍ଯ୍ୟଟନ ପୁଲିସର ଏଶସଆଇ ଓ ରୁଦ୍ର ବାହାଦୂର ଶ୍ରେଷ୍ଠା, ନେପାଳ ପୁଲିସର ଏସଆଇ ଥିଲେ । ଖାଡକା ଓ ଧୁଙ୍ଗାନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶ୍ରେଷ୍ଠାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି ।