ପୀତବାସ ପଣ୍ଡା ହତ୍ୟା ମାମଲା: ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ

ବ୍ରହ୍ମପୁର: ଆଇନଜୀବି ପୀତବାସ ପଣ୍ଡା ହତ୍ୟା ମାମଲାରେ ଫୁଲବାଣୀ ଜେଲ୍‌ ଯିବେ ପିଣ୍ଟୁ ଦାଶ । ଗିରଫ ଅଭିଯୁକ୍ତ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ SDJM କୋର୍ଟ ଅନୁମତି ଦେଇଥିବା କହିଛନ୍ତି ସରକାରୀ ଓକିଲ । ପିଣ୍ଟୁଙ୍କ ପତ୍ନୀ ଜେଲ୍‌ ସ୍ଥାନାନ୍ତରକୁ ବିରୋଧ କରି ପିଟିସନ୍‌ କରିଥିଲେ । ମାତ୍ର VCରେ କୋର୍ଟ ହାଜର ନେଇ ଅସୁବିଧା ନାହିଁ କହିଲେ କୋର୍ଟ । ଶାନ୍ତି ମିଶ୍ର ହତ୍ୟା ମାମଲାରେ ପିଣ୍ଟୁଙ୍କ ବିରୋଧୀ ବ୍ରହ୍ମପୁର ଜେଲ୍‌ରେ ଅଛନ୍ତି । ପିଣ୍ଟୁଙ୍କ ସୁରକ୍ଷା ଦୃଷ୍ଟିରୁ ଫୁଲବାଣୀ ଜେଲ୍‌କୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ନିଷ୍ପତ୍ତି ।

ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗରସ୍ଥିତ ତାଙ୍କ ବାସଭବନ ନିକଟରେ ଗତ ୬ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ମୋଟର ସାଇକେଲ୍‌ରେ ଆସିଥିବା ୨ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ଅତି ନିକଟରୁ ପୀତବାସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମ୍‌କେସିଜି ହସ୍ପିଟାଲ୍‌କୁ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଜଣେ ବରିଷ୍ଠ ଆଇନଜୀବୀଙ୍କୁ ହତ୍ୟା କରାଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

୧୫ଦିନର ଖୋଳତାଡ଼ ମଧ୍ୟରେ ପୋଲିସ ପ୍ରାୟ ୧୦୦ଜଣଙ୍କୁ ପଚରାଉଚରା କରିଥିବାବେଳେ ୫୦୦ରୁ ଊର୍ଦ୍ଧ୍ୱ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛି। ଏହି ହତ୍ୟା ଘଟଣାରେ ରାଜନୈତିକ, ବ୍ୟବସାୟିକ ଏବଂ ବ୍ୟକ୍ତିଗତ ଶତ୍ରୁତା ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରି କି ପୀତବାସଙ୍କୁ ହତ୍ୟା ପାଇଁ ମାସକରୁ ଊର୍ଦ୍ଧ୍ୱ ସମୟ ଧରି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଏଥିପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର ହୋଇଥିଲା। ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ତଥା ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁଙ୍କ ସମେତ ୧୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥି