ନିର୍ବାଚନ ପୂର୍ବରୁ ପ୍ରତିଶୃତି

(ଜୟନ୍ତ କୁମାର ସେଠୀ / ଗୋପ); ପିପିଲି ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ବିଜୟରେ ଦ୍ଵିମତ ନାହିଁ ବୋଲି ସ୍ଫଷ୍ଟ କରିଛନ୍ତି । ପୁରୀ ଗ୍ରସ୍ତରେ ଯିବା ସମୟରେ ପିପିଲି ବିଜେପି କାର୍ୟ୍ୟାଳୟଠାରେ ମନ୍ତ୍ରୀଙ୍କୁ ବିଜେପି କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ସମ୍ଵର୍ଦ୍ଦିତ କରିବା ଅବସରରେ ମନ୍ତ୍ରୀଙ୍କର ଏହି ବୟାନ ପିପିଲି ରାଜନିତୀ ପାଣିପାଗରେ ଉଷ୍ମତା ଭରି ଦେଇଛି । ଅପରପଟେ ପିପିଲିରେ ବିଜେପି ବିଜୟ ହାସଲ କଲେ ଫନି କ୍ଷତିଗ୍ରସ୍ତଙ୍କୁ ୧୫ ଦିନ ମଧ୍ୟରେ ପକ୍କା ଗୃହ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଦୀର୍ଘ ୩୫ ବର୍ଷ ଧରି ଦିବ୍ୟଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଖାଲି ପଡିଥିବା ଏହି ଅ।ସନରେ ଅ।ସନ୍ତା ୩୦ ତାରିଖ ଦିନ ଉପନିର୍ଵାଚନ ହେବ । ନିର୍ଵାଚନ ପ୍ରଚାର ପୂର୍ଵରୁ ବିଜେପି ମଂତ୍ରୀ ଓ ନେତାଙ୍କ ଏଭଳି ବୟାନ ବିଜେପି କର୍ମୀ ମାନଙ୍କ ମଧ୍ୟରେ ଜୋସ ଭରି ଦେଇଛି ।