ସୁରୁଖୁରୁରେ ଚାଲିଛୀ ପିପିଲି ଉପନିର୍ବାଚନ ମତଦାନ

(ଜୟନ୍ତ କୁମାର ସେଠୀ / ଗୋପ): ପିପିଲିରେ ଉପନିର୍ବାଚନ ନେଇ ମତଦାନ ଚାଲୁ ରହିଛି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି। ଅନ୍ୟପଟେ ଦିବ୍ୟଙ୍ଗ ଭୋଟର ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ନିଯୁକ୍ତ ସ୍ବେଚ୍ଛାସେବୀ ମାନଙ୍କ ଦ୍ୱାରା ତାଙ୍କୁ ଘରୁ ଅଣାଯାଇ ମତଦାନ କେନ୍ଦ୍ରରେ ପହଞ୍ଚାଇ ଭୋଟ ପରେ ଘରେ ନେଇ ଛାଡି ଆସିବାର ସୁବଧା ମଧ୍ୟ ରହିଛି । ଏହି ବ୍ୟବସ୍ଥାକୁ ଜନସାଧାରଣ ସ୍ୱାଗତ କରିଛନ୍ତି। ଅନ୍ୟପଟେ ପିପିଲି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ପ୍ରତ୍ୟେକ ବୁଥ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।