ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

(ଜୟନ୍ତ କୁମାର ସେଠୀ):  ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ । ମୁକ୍ତ ନିରପେକ୍ଷ ନିର୍ଵାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାୟରେ । ଭୟମୁକ୍ତ ନିର୍ଵାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ପିପିଲି ଅ।ସନ ପାଇଁ ୩୪୮ ଟି ମତ ଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ ଦେବେ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର । ନିର୍ଵାଚନ ମଇଦାନରେ ପ୍ରତିଦ୍ଵଦନ୍ଦିତା କରୁଥିବା ୧୦ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।ପ୍ରାୟ ୧୭୫ ଟି ମତ ଦାନ କେନ୍ଦ୍ରରେ ଲାଗିସାରିଲେଣି ସିସିଟିଭି ଯାହାର ସିଧା ପ୍ରସାରଣ କରାଯିବ ଏହା ଉପରେ ସ୍ଵତନ୍ତ୍ର ନଜର ରଖିବ ପ୍ରଶାସନ ! କଡା ସୁରକ୍ଷା ବଳୟରେ ରହିବ ମତଦାନ କେନ୍ଦ୍ର ।, ପ୍ରତେକ ବୁଥରେ ଅଙ୍ଗନ ବାଡ଼ି କର୍ମୀ ଆଶା କର୍ମୀ ରହିବା ସହିତ କୋଭିଡି ପାଇଁ ପ୍ରତ୍ୟେକ ଭୋଟରଙ୍କ ପାଇଁ ଗୋଟିଏ ଗ୍ଳୋବ୍ସ ସହିତ ମାସ୍କର ବ୍ୟବସ୍ଥା କରାଯାଇଛି । ବୟସ୍କ ବ୍ୟକ୍ତି ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ହୁଇଲ ଚ୍ୟାୟାରରେ ମତଦାନର ବ୍ୟବସ୍ଥା କରାଯାଇଥିବା ବେଳେ ୧୦୭୭ ଜଣ ମତଦାତା ସେମାନେ ସେମାନଙ୍କ ମତ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିସାରିଲେଣି । ସେପଟେ ପ୍ରଶାସନର ଏଭଳି ବ୍ୟବସ୍ଥା କୁ ସ୍ଵାଗତ କରିଛନ୍ତି ଵୁଦ୍ଧିଜିବୀ । ପିପିଲି ଭଳି ସ୍ପର୍ଶକାତର ନିର୍ଵାଚନ ମଣ୍ଡଳୀ ସିସି ଟିଭିରେ ଭୋଟ ଦେବା ବ୍ୟବସ୍ଥା ନିର୍ଵାଚନରେ ଭୟମୁକ୍ତ ନିର୍ଵାଚନ କରିବାରେ ସହାୟକ ହେବ ବୋଲି କହିଛନ୍ତି ।