ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ପିକ୍ ଆପ ଗାଡ଼ି । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଚିଟିଂ ଘାଟିରେ ଘଟିଲା ଦୁର୍ଘଟଣା । ସୂଚନା ପ୍ରକାରେ OR02AK7767 ନମ୍ବରର ପିକ୍ ଆପ ଗାଡିଟି କୌଣସି କାମରେ ଚନ୍ଦ୍ରଗିରି ରୁ ମହେନ୍ଦ୍ରଗଦ ଯିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହାତ ହୋଇ ଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ପହଞ୍ଚି ଦୁର୍ଘଟଣାର ତଦନ୍ତ ଚଲାଇଛି ।