୨୦ ଫୁଟ ତଳକୁ ଖସିଲା ପିକଅପ, ୧୭ ମୃତ

ଛତିଶଗଡ଼: ୨୦ ଫୁଟ ଖାଇକୁ ଖସିଲା ପିକଅପ , ଚାଲିଗଲା ୧୭ ଜଣଙ୍କ ଜୀବନ । ଛତିଶଗଡ଼ର କବୀରଧାମ ଜିଲ୍ଲା କୱର୍ଦ୍ଧାର ବହପାଣି ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା ।ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ କୁଇର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ସମସ୍ତେ ବୈଗା ଆଦିବାସୀ ସଂପ୍ରଦାୟର।ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ କବୀରଧାମ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ପ୍ରାୟ ୩୦ ଜଣ ଲୋକ କେନ୍ଦୁପତ୍ର ତୋଳିବାର ପରେ ଏହି ପିକଅପ୍ ଭ୍ୟାନ୍ରେ ଫେରୁଥିଲେ। ତେବେ ବହପାଣି ଅଞ୍ଚଳ ଦେଇ ପିକଅପ୍ ଭ୍ୟାନଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୨୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ତେବେ ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।