ଚେନ୍ନାଇ: ତାମିଲନାଡୁ ସରକାର ପ୍ରଥମ ଥର ପାଇଁ ରାଜ୍ୟରେ ପେଟ୍ରୋଲ ଦର ଲିଟର ପିଛି ୩ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏଥି ସହ ରାଜ୍ୟ ସରକାରଙ୍କ ମହିଳା କର୍ମଚାରୀଙ୍କ ପାଇଁ ମାର୍ଟନିଟି ଲିଭ ବା ପ୍ରସବକାଳୀନ ଛୁଟିକୁ ୯ ମାସରୁ ୧୨ ମାସକୁ ବୃଦ୍ଧି କରିଛନ୍ତି । ତେବେ ଏହା ଓଡ଼ିଶାରେ ନୁହେଁ ବରଂ ତାମିଲନାଡୁରେ କମିବ । ତାମିଲନାଡୁ ସରକାର ପେଟ୍ରୋଲ ଉପରେ ଟିକସ ହ୍ରାସ କରିଥିବାରୁ ମୂଲ୍ୟ କମିବ । ବାସ୍ତବରେ ତାମିଲନାଡୁ ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ରାଜ୍ୟ ଇତିହାସରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ପିଟିଆର ପଲାନିଭେଲ ଇ-ବଜେଟ୍ ଉପସ୍ଥାପନ କରିଛନ୍ତି । ନୂଆ ବଜେଟରେ ତାମିଲନାଡୁ ସରକାର ପେଟ୍ରୋଲ ଟ୍ୟାକ୍ସରେ ଲିଟର ପିଛା ୩ ଟଙ୍କା ହ୍ରାସ କରିବାକୁ ଏକ ବଡ ଘୋଷଣା କରିଛନ୍ତି। ଏହି କାରଣରୁ ରାଜ୍ୟ ପ୍ରତିବର୍ଷ ୧୧୬୦ କୋଟି ଟଙ୍କା କ୍ଷତି ସହିବ। ଏହା ବ୍ୟତୀତ ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ମାତୃତ୍ୱ ଅବକାଶ( ମ୍ୟାଟରନିଟି ଲିଭ) ୯ ମାସରୁ ୧୨ ମାସକୁ ବୃଦ୍ଧି କରାଯାଇଛି।