ରୋଡ ସାଇଡ୍ ଦୋକାନରେ ପେଟ୍ରୋଲ ବିକ୍ରିହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ଵର: ରାସ୍ତାଘାଟରେ ପ୍ଲାଷ୍ଟିକ୍‌ ବୋତଲରେ ପେଟ୍ରୋଲ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ୍‌ ସଂଘ ସହ ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାହାରେ ପେଟ୍ରୋଲ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ । ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ । କାଚ ଓ ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ଅନୁମତି ମିଳିଛି । କାଲିଠାରୁ ବିଭିନ୍ନ ପେଟ୍ରୋଲ ପମ୍ପ୍‌ରେ ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

ତେବେ ବାଲେଶ୍ୱର ଫକୀରମୋହନ କଲେଜ ଘଟଣା ପରେ ରାଜ୍ୟ ଯୋଗାଣ ବିଭାଗ ଏହି ବଡ ନିଷ୍ପତ୍ତି ନେଇଛି । ତେବେ ପ୍ରଥମେ କୁହାଯାଇଥିଲା କି କୌଣସି ପେଟ୍ରୋଲପମ୍ପ୍ ଗ୍ରାହକଙ୍କୁ ବୋତଲରେ ତେଲ ଦେଇପାରିବ ନାହିଁ । ହେଲେ ଦୁଇଦିନ ପରେ ଏହି ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିଛି ଯୋଗାଣ ବିଭାଗ । ଆଜି ଯୋଗାଣ ବିଭାଗ କହିଛି ଯେ, ପେଟ୍ରୋଲ ପମ୍ପ୍ ଗୁଡିକ ପ୍ଲାଷ୍ଟିକ ବୋତଲ ନୁହେଁ ବରଂ କାଚ ବୋତଲରେ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ଦେଇପାରିବେ । ଅଧିକାରୀଙ୍କ ନିର୍ଦ୍ଦେଶ ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରାଯିବ ।