( ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଅହେତୁକ ତୈଳଦରବୃଦ୍ଧି ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ । ତୈଳଦର ବୃଦ୍ଧି ପ୍ରତିବାଦରେ ଶ୍ରୀ ନୱାଜଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ ରାଲି ବାହାରି ମାଷ୍ଟର କ୍ୟାଟିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତୁଳିକା ଦାହା କରାଯାଇଥିଲା । ଶ୍ରୀ ନୱାଜ ଉପସ୍ଥିତ ଗଣମାଧ୍ୟମକୁ କହିଥିଲେ ଯେ କଂଗ୍ରେସ ଅମଳରେ ତୈଳଦର ସାମନ୍ୟ ବୃଦ୍ଧିକୁ ନେଇ ବିଜେପି ପ୍ରତିବାଦ କରିଥିଲା । ତାହା ସହ ବିଜେଡି ମଧ୍ୟ ସାମିଲ ଥିଲା । ଆଜି ତୈଳ ଦର ଆକାଶ ଛୁଆଁ ଓ ସମ୍ପର୍ଣ୍ଣ ଅନିମୟିତତା ହୋଇ ପଡିଥିଲାବେଳେ ବିଜେଡି ଚୁପ ହୋଇଯାଇଛି ଏବଂ କେନ୍ଦ୍ରମନ୍ତ୍ରୀ ଅସହାୟ ହୋଇ କହୁଛନ୍ତି ଏହା ଏକ ଚିନ୍ତାର ବିଷୟ । ତାଙ୍କୁ ଚିନ୍ତା ନକରି ଦାୟିତ୍ୱ ଦୁଲାଇବାରେ ଅସମର୍ଥ ହୋଇଥିବା କଥା ସ୍ୱୀକାର କରନ୍ତୁ ବୋଲି ଦାବି କରିବା ସହ ଯଦି ତୈଳଦର ନକମା ଯାଏ ଆନ୍ଦୋଳକୁ ତ୍ରୀବ କରାଯିବ ବୋଲି ଚେତାବନୀ ଦେଇଛି ଛାତ୍ର କଂଗ୍ରେସ ।