ଭାରତୀୟ ସେନାରେ ଯୋଗ ଦେଇଥିବା ମହିଳାଙ୍କୁ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ସେନାରେ ସାମିଲ ଥିବା ୩୯ ଜଣ ମହିଳାଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ସ୍ଥାୟୀ କମିଶନକୁ ମଞ୍ଜୁରୀ ଦେବା ନେଇ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । ଏହା ସହିତ ଅନ୍ୟ ୨୫ ଜଣ ମହିଳାଙ୍କୁ ସ୍ଥାୟୀ କମିଶନ ଗଠନ ନମିଳିବା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସରକାର ।
ସ୍ଥାୟୀ କମିଶନର କହିଲେ ଜଣେ ସେନାରେ ସାମିଲ ଥିବା ଅଧିକାରୀ ନିଜର ଅବସର ସମୟ ପର୍ଯ୍ୟନ୍ତ ସେବାରେ ସ୍ଥାୟୀ ଭାବେ ନିଯୁ୍କ୍ତିରେ ରହିଥାନ୍ତି । ଏହା ସହିତ ସେବା ନିବୃତ ପରେ ପେନସନ ପାଇବାରେ ଯୋଗ୍ୟତା ହାସଲ କରିଥାନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ନାଗରଥନା ଏହି ରାୟର ଶୁଣାଣି କରିଥିଲେ ।