ଲୋକମାନେ ଗୁଗୁଲରେ ଖେଳାଳିଙ୍କ ଜାତି ଖୋଜୁଛନ୍ତି

ନୂଆଦିଲ୍ଲୀ : ଅଲମ୍ପିକରେ ବ୍ରୋଞ୍ଚ ମେଡେଲ ଜତିଥିବା ପିଭି ସିନ୍ଧୁଙ୍କ ଜାତି ବିଷୟରେ ଗୁଗୁଲରେ ଖୋଜିଚାଲିଛନ୍ତି ଲୋକମାନେ । ୧ ଅଗଷ୍ଟରେ ସିନ୍ଧୁ ପଦକ ଜିତିବା ପରେ ‘ପିଭି ସିନ୍ଧୁ କାଷ୍ଟ କିଓ୍ବାର୍ଡ’ ସେହିଦିନ ସର୍ବାଧିକ ଗୁଗୁଲରେ ଖୋଜାଯାଇଥିବା କିଓ୍ବାଡ ଭାବେ ଟ୍ରେଣ୍ଡ କରିଥିଲା ।
କିଛି ସୋସିଆଲ ମିଡିଆ ୟୁଜର୍ସଙ୍କ ମତ ଅନୁଯାୟୀ ସିନ୍ଧୁଙ୍କ ଖେଳ ସହିତ ଜଡିତ ବିଷୟକୁ ଛାଡି ତାଙ୍କ ଜାତି ବିଷୟରେ ଖୋଜିଥିଲେ । ଏବଂ ଜାତି ଖୋଜିଥିବା ଲୋକମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର ଆଦି ରାଜ୍ୟର ଲୋକ ଅଧିକ ଥିଲେ ।
ଖେଳାଳି ମାନଙ୍କର ଜାତି ଖୋଜିବା ଘଟଣା ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏହିଭଳି ଘଟଣଆ ଦେଖିବାକୁ ମିଳିଛି ।
ସାମାଜିକ କାର୍ଯ୍ୟକ୍ରତା ଦିଲ୍ଲୀପ ମଣ୍ଡଳ ଏ ବିଷୟରେ ଚିନ୍ତା ପ୍ରକଟ କରି କୁହନ୍ତି କି ‘ଆଜି ଗୁଗୁଲ ରେ ଯେଉଁ ମାନେ ଖେଳାଳି ମାନଙ୍କର ଜାତି ଖୋଜୁଛନ୍ତି ସେମାନେ ଗରୀବ ଓ ଗ୍ରାମୀଣର ଲୋକ ନୁହନ୍ତି । ଗୁଗୁଲରେ ଜାତି ଖୋଜୁଥିବା ଲୋକ ଇଂରାଜୀରେ ଟାଇପ କରି ଜାଣିଥିବାର ଜ୍ଞାନ ଓ ସେମାନଙ୍କ ପାଖରେ ମୋମାବାଇଲ, ଲାପଟପ ସହିତ ଇଣ୍ଟରନେଟର ଜ୍ଞାନ ଉପଲବଧ ଅଛି ଯାହା ଏକ ଶିକ୍ଷିତ ସମାଜ ଓ ସହରିକରଣ ଶିକ୍ଷା ଏହି ଜାତି ପ୍ରଥାକୁ ବିଲୋପନ କରିବାରେ ଅସର୍ମଥ ହୋଇଛି’ ।
୨୦୧୬ ରେ କୁସ୍ତି ଖେଳାଳୀ ସାକ୍ଷୀ ମଲ୍ଲୀକ ରିଓ ସମର ଅଲମ୍ପିକ ମେଡେଲ ଜିତିବା ପରେ ସାକ୍ଷୀଙ୍କର ଜାତିକୁ ଜାଣିବା ପାଇଁ ଗୁଗୁଲରେ ସାକ୍ଷୀ ମଲ୍ଲୀକଙ୍କ ଜାତି ଖୋଜି ଥିଲେ । ଏବଂ ଜାତି ଖୋଜିବାରେ ରାଜସ୍ଥାନ, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଲୋକ ସବୁଠାରୁ ଆଗରେ ଥିଲେ ।