ଲକଡାଉନ ସମୟରେ ଗରିବଙ୍କୁ ଖାଦ୍ୟ ଯୋଗାଇଲେ ପୁଲିସ ବାବୁ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର) : କୋରନାର ଦ୍ଵିତୀୟ ଲହରୀ ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ଏବଂ ଆତଙ୍କିତ ଅବସ୍ଥା ଦେଇ ଗତି କରୁଛ । ଅନେକ ସ୍ଥାନରେ ସାଧାରଣ ବ୍ୟକ୍ତିଟି ଯେ କୌଣସି ରୋଗରେ ପ୍ରାଣହରାଇଲେ ପାଖ ମାଡୁ ନାହଁନ୍ତି କି ଶବ ସତ୍କାର ମଧ୍ୟ କରୁନାହଁନ୍ତି ଆତ୍ମୀୟ ପରିଜନ । ଏଭଳି ପରିସ୍ଥିତିରେ ମାନବିକତା ପରିଚୟ ଦେଇଛି ଆସିକା ପୋଲିସ। ଆଜି ଠାରୁ ମେ ୧୯ ପର୍ୟ୍ୟନ୍ତ ହେବାକୁ ଥିବା ଲକଡାଉନ୍ ସମୟରେ ଆସିକା ଅଞ୍ଚଳରେ ଥିବା ସମସ୍ତ ଭିକ୍ଷୁକ , ମାନସିକ ବିକାରଗ୍ରସ୍ତ , ଅସହାୟ , ନିରାଶ୍ରୟ ତଥା ଆବଶ୍ୟକ କରୁଥିବା ବୃଦ୍ଧା , ବୃଦ୍ଧ ଓ ରୋଗୀ ମାନଙ୍କୁ ଆସିକା ଥାନା ତରଫରୁ ୨ବେଳା ଖାଦ୍ୟ ସେମାନଙ୍କ ନିକଟରେ ନେଇ ପ୍ରଦାନ କରିବାର ବନ୍ଦୋବସ୍ତ କରାଯାଇଛି । କୋଭିଡ୍ କିମ୍ବା କୋଭିଡ୍ ଭିନ୍ନ ଅନ୍ୟ କୌଣସି ରୋଗ ପାଇଁ ଯେ କେହି ସହାୟତା ଚାହିଁବେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବା ସହ ଏଥି ପାଇଁ ଆସିକା ଥାନାର କିଛି ଉତ୍ସର୍ଗୀକୃତ କର୍ମଚାରୀ ଓ ସ୍ୱେଚ୍ଛାସେବୀ ୨୪ ଘଣ୍ଟା ପ୍ରସ୍ତୁତ ରହିଛନ୍ତି । ଏହି କାର୍ୟ୍ୟ ପାଇଁ ଥାନା ତରଫରୁ ୯୪୩୮୯୧୬୭୨୧ ମୋବାଇଲ ନମ୍ବର ଜାରି କରାଯାଇଛି । ଏହି ଭଳି ବ୍ୟକ୍ତି ବିଶେଷ ଆପଣଙ୍କ ନଜରରେ ଆସିଲେ ଆପଣ ଥାନା ତରଫରୁ ଜାରି ହୋଇଥିବା ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।