ଭୁବନେଶ୍ବର : କଂଗ୍ରେସ ଛାଡିଲେ ବିଶ୍ୱଭୂଷଣ ଦାସ । ପିସିସି ଉପସଭାପତି ତଥା କଂଗ୍ରେସ ନେତା ବିଶ୍ବଭୂଷଣ ଦାସ ହାତ ଛାଡିଥିବା କୁହାଯାଉଛି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିବା କୁହାଯାଉଛି ।
ବିଶ୍ବଭୂଷଣ ପିସିସି ଉପସଭାପତି ଭାବେ କାର୍ଯ୍ୟ କରିବା ସହ ୨୦୦୯ ଓ ୨୦୧୯ ରେ କାକଟପୁରରୁ କଂଗ୍ରେସ ଦଳରୁ ବିଧାୟକ ଭାବେ ଲଢ଼ିଛନ୍ତି । ୨୦୦୯ରେ ବିଶ୍ବଭୂଷଣ ୫୮ ହଜାର ୮୯୩ ଭୋଟ ଓ ୨୦୧୯ରେ ୪୬ ହଜାର ୨୦୬ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ । ବିଶ୍ବଭୂଷଣ ପୂର୍ବରୁ ପିସିସି ସାଧାରଣ ସମ୍ପାଦକ ଥିଲେ । ସେ ଛାତ୍ର ରାଜନୀତିରେ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।