ଗିରଫ ହେଲେ ପତିତପାବନ
(ଭୁବନେଶ୍ୱର ): ନିଜ ଅପହରଣରେ ନାୟକ ସାଜି ରଚିଥିଲା ନାଟକ । ଆଉ ଏବେ ପୁଲିସ ହାତରେ । ପତିତପାବନ ପୃଷ୍ଟି ନିଜ ଅପହରଣର ନାଟକ କରି ପ୍ରେମିକ ସହ ଫେରାର ହୋଇଯାଇଥିଲେ । ତେବେ ଚିକୁନ ଏବଂ ତା ପ୍ରେମିକାକୁ ଏକ ସ୍ୱତନ୍ତ୍ର ୪ ଜଣିଆ ଟିମ ଦ୍ୱାରା ଆଜି ଭୁବନେଶ୍ୱର ଅଣାଯାଇ ପଚରା ଉଚରା କରିଥିଲା ଧଉଳି ପୁଲିସ । ଏବଂ ଚିକୁନଙ୍କ ପତ୍ନୀଙ୍କୁ ମଧ୍ୟ ଥାନା କୁ ଡକାଯାଇଥିଲା । ମଧ୍ୟପ୍ରଦେଶର କଟନି ଜିଆରପି ଷ୍ଟେସନରୁ ଠାବ କରି କମିଶନରେଟ ପୁଲିସ କୁ ଖବର ଦେବା ପରେ ସେମାନଙ୍କୁ ଭୁବନେଶ୍ୱର ଅଣାଯାଇଛି । ସେପଟେ ଏହି ଦୁଇଜଣଙ୍କୁ ଫେରାର କରିବାରେ ସାହାର୍ଯ୍ୟ କରିଥିବା ଜଣେ ଝିଅକୁ ଗୋପ ଥାନା ପୁକିସ ଅଟକ ରଖି ପଚରା ଉଚରା କରିଛୀ ପୁଲିସ । ନିଜ ଅପହରଣର ମିଛ ନାଟକ କରିଥିବା ଚିକୁନ କୁ ଗିରଫ କରିଥିବା ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ସ୍ୱାମୀ ମୋ ପାଖକୁ ନଫେରିଲେ ମୁ ତାଙ୍କ ନାଁରେ କେସ କରିବି ବୋଲି କହିଛନ୍ତି ଚିକୁନ ଙ୍କ ପତ୍ନୀ ଅହଲ୍ୟା । ତେବେ ଅହଲ୍ୟାଙ୍କୁ ପୁଲିସ ମଧ୍ୟ ଆହୁରି ପଚରା ଉଚରା କରିପାରେ ।