କଟକ:- ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟର ସର୍ବ ବୃହତ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଏସସିବି ମେଡିକାଲରେ ସଂଖ୍ୟାଧିକ ମେସିନ ଅଚଳ ଅବସ୍ଥାରେ ଖରାପ ହୋଇ ପଡ଼ିରହିଛି । ଏସସିବିରେ ମେସିନ ଗୁଡିକ ବହୁ ଦିନ ହେବ ଅଚଳ ହେବା ଯୋଗୁଁ ଏସସିବିକୁ ଆସୁଥିବା ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବହୁ ମେସିନ ଖରାପ ଥିବାରୁ ଡାକ୍ତର ମାନେ ରୋଗୀଙ୍କୁ ଫେରାଇ ଦେଉଛନ୍ତି । ଏସସିବିକୁ ନୂଆ ମେସିନ କିମ୍ବା ମେସିନ ଗୁଡିକୁ ମରାମତି ପାଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଓ ସାଧାରଣରେ ଦାବି ହେଉଥିଲେବି ସେଗୁଡିକୁ ମରାମତି କରାଯାଉ ନାହିଁ l ଏଥିରୁ ସ୍ପଷ୍ଟ ଅନୁମେୟ କରାଯାଇପାରୁଛି ରୋଗୀ ସେବା କିପରି ଚାଲୁଥିବ।
ତେବେ ଏସସିବି ମେଡିକାଲରେ ସିଟିସ୍କାନ ମେସିନ ମଧ୍ୟ ଅଚଳ ହୋଇ ପଡି ରହିଛି । ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ନିଜର ଚିକିତ୍ସା ପାଇଁ ଏସସିବି ମେଡିକାଲକୁ ଯାଇଥିବା ବେଳେ ମେସିନ ଅଚଳ ହୋଇ ପଡି ରହିଥିବାରୁ ସେ ନିରାଶ ହୋଇ ଫେରିଥିଲେ । କିଛି ଗରିବ ରୋଗୀ ମାଗଣା ଚିକିତ୍ସା ପାଇଁ ଏସସିବିକୁ ଆସୁଥିବା ବେଳେ ମେସିନ ଅଚଳ ହୋଇ ପଡିରହିଥିବାରୁ ପ୍ରାଇଭେଟ ମେଡିକାଲକୁ ଯାଇ ଚିକତ୍ସା କରିବା ପାଇଁ ବାଧ୍ୟ ହେଉଛନ୍ତି ।