କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ

ବାଲେଶ୍ଵର -: ଇଅର ଫୋନ ହେଲା କାଳ । ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ । ବାଲେଶ୍ଵର ସହଦେବ ଖୁଣ୍ଟା ଅନ୍ତର୍ଗତ ଆନନ୍ଦ ବଜାର ଓଭର ବ୍ରିଜ ପାଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାନରେ ଇଅର ଫୋନ ଲଗାଇ ରେଳଧାରଣାରେ ଚାଲି ଚାଲି ଯାଉଥିଲେ ଯୁବକ। ଏହି ସମୟରେ ସେହି ଟ୍ରାକରେ ଆସୁଥିବା ଏକ ଏକ୍ସପ୍ରେସ ଟ୍ରେନ ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ନାହିଁ ।  ଘଟଣା ସ୍ଥଳରେ ଆର୍ ପି ଏଫ୍ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଜାରି ରଖିଛି ।