ଓଲଟିଲା ଯାତ୍ରୀବାହୀ ବସ୍: ୧୭ ଗୁରୁତର

କରଞ୍ଜିଆ : ବସ୍ ଦୁର୍ଘଟଣାରେ ୧୭ ଗୁରୁତର । ଏଭଳି ଘଟଣା ଘଟିଛି ବହଳଦା ଥାନା ତିଖିଆ ଗ୍ରାମ ନିକଟସ୍ଥ ଚାଞ୍ଚଳା ନିକଟରେ । ତେବେ ଅପ୍ପୁ ନାମକ ଯାତ୍ରୀବାହୀ ବସ୍ ଟି ଝରାଡିହିରୁ କରଞ୍ଜିଆ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଏଥିରେ ୧୭ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥାନାନ୍ତରିତ କରାଯାଇଛି। ଏହା ସହ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।