ନୂଆଦିଲ୍ଲୀ(ରିପୋର୍ଟସର୍ ଟୁଡେ) : ଭାରତ ବିଭାଜନର ଭୟାବହ ଘଟଣାର ସ୍ମରଣ ଦିବସ ଭାବେ ପାଳନ ହେବ ଏଥର ସ୍ୱାଧିନତା ଦିବସ ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ବିଭାଜନରେ ଦୁଃଖକୁ ଭୁଲିହେବନାହିଁ । ବିଭାଜନର ହିଂସା ମଧ୍ୟରେ ଲକ୍ଷ ଲକ୍ଷ ଭାରତୀୟ ବିସ୍ଥାପିତ ହେବା ସହିତ ଅନେକ ଏହି ହିଂସା ର ଶିକାର ହୋଇଥିଲେ । ଏହି ଦିନ ଆମକୁ କେବଳ ଭେଦଭାବ, ଶତ୍ରୁତା ଏବଂ ଅନୈତିକତାର ବିଷ ଦୂର କରିବାକୁ ପ୍ରେରଣା ଦେବ ନାହିଁ ବରଂ ଏହା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବ ସମ୍ବେଦନଶୀଳତାକୁ ମଧ୍ୟ ଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।