ଭୁବନେଶ୍ୱର: ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିବା ମାତ୍ରେ ଦଳରୁ ଇସ୍ତଫା ଦେଲେ ପର୍ଶୁରାମ ଧଡା । ସୋରର ବିଧାୟକ ହେଉଛନ୍ତି ପର୍ଶୁରାମ । ଦଳତାଙ୍କୁ ଟଇକେଟ ନ ଦେବାରୁ ସେ ଇସ୍ତଫା ଦେଇଥିବା କୁହାଯାଉଛି ।
ତେବେ ଦଳରୁ ଇସ୍ତଫା ଦେବା ପରେ ପର୍ଶୁରାମ କହିଛନ୍ତି ଯେ , ଏଥର ସେ ପିର୍ବାଚନ ନିଶ୍ଚିନ୍ତ ଲଢିବେ । ଦଳରୁ ଲଢିବି ନା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ତାହା ଲୋକଙ୍କ ପରାମର୍ଶ ପରେ ନିଷ୍ପତ୍ତି ନେବି । ଟିକେଟ୍ ନଦେବା ବିଜେଡି ପାଇଁ ମହଙ୍ଗା ପଡିବ କି ନାହିଁ ତାହା ସମୟ କହିବ । ପ୍ରାୟ ବର୍ଷେ ହେଲାଣି ଗୋଷ୍ଠୀ ମୋ ବିରୋଧରେ ଷଡଯନ୍ତ୍ର ରଚୁଥିଲେ ।କୁଚକ୍ରୀ ଗୋଷ୍ଠୀ ଆଜି ସଫଳ ହୋଇଛନ୍ତି ଯାହାକୁ ସୁପ୍ରିମୋ ବୋଧେ ଜାଣି ପାରି ନାହାନ୍ତି । ଦଳକୁ ସମୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ପର୍ଶୁରାମ କହିଛନ୍ତି ।