ପାର୍କିଂ ଜାଗାର ଦୁର୍ବ୍ୟବହାର ଯେମିତି ନ ହୁଏ ସେଥିପ୍ରତି ଧ୍ୟାନ ଦେବୁ: BMC କମିଶନର

ଭୁବନେଶ୍ଵର: ମଲ୍‌ରେ ଆଦାୟ ହେଉଥିବା ପାର୍କିଂ ଫି’କୁ ନେଇ BMCର ଆଭିମୁଖ୍ୟ ଅସ୍ପଷ୍ଟ । ଏହା ନିୟମ ନା ନିୟମ ନୁହେଁ କହି ହେବ ନାହିଁ କହିଲେ BMC କମିଶନର । ଏଯାଏଁ କୌଣସି ନିଷ୍ପତ୍ତି ନେଇନୁ, ଆଗକୁ ଆଲୋଚନା ପରେ ନିଷ୍ପତି ନେବୁ । ପାର୍କିଂ ବାବଦକୁ ଟଙ୍କା ନିଆଯିବା ଘଟଣା ବିଷୟରେ ଅବଗତ ଅଛୁ । ଏହାକୁ ନେଇ ଅନେକ ବିବାଦୀୟ ନିୟମ, କୋର୍ଟଙ୍କ ରାୟ ରହିଛି । କିଛି ଲୋକ ବି ପାର୍କିଂର ଅପବ୍ୟବହାର କରିବା ଦୃଷ୍ଟିକୁ ଆସିଛି ବୋଲି କହିଛନ୍ତି BMC କମିଶନର ଚଞ୍ଚଳ ରାଣା ।

ବିଏମ୍‌ସି କମିସନର କହିଛନ୍ତି, କୌଣସି ନିର୍ଦ୍ଧିଷ୍ଟ ନିୟମ ମୁଁ ଜାଣି ନାହିଁ। ଏହାକୁ ନେଇ ଅନେକ ବିବାଦୀୟ ନିୟମ ଏବଂ ଜଜମେଣ୍ଟ ରହିଛି। ବିଭିନ୍ନ ରାଜ୍ୟରେ ଏହାକୁ ନେଇ ଭିନ୍ନଭିନ୍ନ ରାୟ ରହିଛି। କିଛି ଜାଗାରେ କଞ୍ଜୁମର କୋର୍ଟ, କିଛି ଜାଗାରେ ହାଇକୋର୍ଟ କିଛି ଜାଗାରେ ସୁପ୍ରିମକୋର୍ଟଙ୍କ ରାୟ ଏହା ଉପରେ ରହିଛି। ଏ ବାବଦରେ ବିଡ଼ିଏର ନିୟମ ରହିଛି ଓ କର୍ପୋରେସନ ମଧ୍ୟ କିଛି ରିଜୋଲ୍ୟୁସନ ଦେଇଛନ୍ତି। ଏ ସବୁ ଉପରେ ନଜର ଦେଇ ଆମେ ସନ୍ତୁଳନ ରଖିବୁ। ଯାହା ଏଫ୍‌ଆଇଆରରେ ନାହିଁ ତାହା ବ୍ୟବସାୟ ପାଇଁ ନୁହେଁ। ସେଠୁ ୧୦୦% ପାର୍କିଂ ଫି ନିଆଯାଇପାରିବ ନାହିଁ।

ତେବେ କହିରଖୁଛୁ ଯେ, ପାର୍କିଂ ଫି’କୁ ନେଇ ବହୁ ହଙ୍ଗାମା ପରେ ୨୦୧୯ ମସିହାରୁ ରାଜଧାନୀର ମଲ୍‌ ଗୁଡ଼ିକରେ ଫି’ ଆଦାୟ ବନ୍ଦ ରହିଥିଲା। ମଲ୍‌ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ପାର୍କିଂ ଫି’ ଆଦାୟକୁ ଅବୈଧ ଦର୍ଶାଇ ବିଡିଏ ଏକ ସର୍କୁଲାର ଜାରି କରିଥିଲା। ଏହାପରେ ଭୁବନେଶ୍ୱରର କୌଣସି ମଲ୍‌ରେ ଆଉ୍‌ ପାର୍କିଂ ଫି’ ଆଦାୟ ହେଲା ନାହିଁ। ହେଲେ ମଲ୍‌ ମାଲିକମାନେ ୮ ଦିନ ହେବ ନୂଆ ଢଙ୍ଗରେ ପାର୍କିଂ ଫି ଆଦାୟ କରୁଛନ୍ତି। ପାର୍କଂ ଚାର୍ଜ ବଦଳରେ ‘ପାର୍କିଂ ଫ୍ୟାସିଲିଏସନ୍‌ ଚାର୍ଜ’ ଲେଖି ପୁରୁଣା ବ୍ୟବସାୟକୁ ଫେରିଛନ୍ତି ବୋଲି କିଛି ଦିନ ତଳେ ଅଭିଯୋଗ ହୋଇଥିଲା ।