ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚରେ ବିଜୟ, ଦ୍ୱିତୀୟ ମ୍ୟାଚ୍ ଡ୍ର ହେବା ପରେ ତୃତୀୟ ମ୍ୟାଚରେ ଆୟରଲାଣ୍ଡକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି ଦଳ । ଆଜି ଗ୍ରୁପ ପର୍ଯ୍ୟାୟର ତୃତୀୟ ମ୍ୟାଚ୍ରେ ଦଳ ଅପେକ୍ଷାକୃତ ଦୁର୍ବଳ ଆୟରଲାଣ୍ଡକୁ ୨-୦ ଗୋଲରେ ହରାଇ ଦେଇଛି ।
ଦଳ ପକ୍ଷରୁ ଦୁଇଟି ଯାକ ଗୋଲ ଅଧିନାୟକ ହରମନପ୍ରୀତ ସିଂହ ଦେଇଛନ୍ତି। ପ୍ରଥମ ମ୍ୟାଚ୍ରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ଓ ଦ୍ୱିତୀୟ ମ୍ୟାଚ୍ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ରଖିଥିଲା। ଏବେ ଭାରତ ତା’ର ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବ।