ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ

ଭୁବନେଶ୍ବରଶ୍ବ : ବିଜେଡି ଛାଡିଲେ ଅନୁଭବ । ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅନୁଭବ ପଟ୍ଟନାୟକ । ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ପାଇବା ନେଇ ଆଶାୟୀ ଥିଲେ ଅନୁଭବ । ତେବେ ବିଜେଡି ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଘୋଷଣ କରିଛି । ତେଣୁ ଅନୁଭବ ବିଜେଡି ଛାଡିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ବିଜେଡି ଆଜି ତାର ଶେଷ ପର୍ୟ୍ୟାୟରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ତିନୋଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଏହି ତାଲିକାରେ ଖଣ୍ଡପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସାବିତ୍ରୀ ପ୍ରଧାନ ନାଁ ଘୋଷଣା କରାଯାଇଛି ।