ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡି:- ନର୍ଲା ବ୍ଲକରେ ବିଭିନ୍ନ କ୍ଲଷ୍ଟରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଶିକ୍ଷା ବିଭାଗ ଦ୍ଵାରା ବଦଳି କରାଯାଇଥିବା ଶିକ୍ଷକଙ୍କୁ ବାଦଳି ନ କରିବା ପାଇଁ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ଦେଖିବକୁ ମିଳିଛି । ସୂଚନା ଯୋଗ୍ୟ ଗତ ନୋଟି ଫିକେସନ୍ ନମ୍ବର ୧୩୪୫୩/ତା ୧୪/୦୫/୨୫ ଅନୁଯାୟୀ ସ୍ଥାନୀୟ ବିଜେଡି ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି ,କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ କଳାହାଣ୍ଡି ରାଜ୍ୟସଭା ସାଂସଦ ସୁଜିତ୍ କୁମାର୍ ସେଠ୍ ଙ୍କ ଅନୁମୋଦନ କ୍ରମେ ରଜ୍ୟ ଶିକ୍ଷା ବିଭାଗ କମିଟି ଲେଟର ନମ୍ୱର୍ ୧୬୬୭୩/ତା ୦୧/୦୭/୨୫ ଅନୁଯାୟୀ ନର୍ଲା ବ୍ଲକରେ ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଆଠ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷା ବିଭାଗଙ୍କ ଅନୁମୋଦନ କ୍ରମେ ଅନ୍ୟତ୍ର ବଦଳି ତାଲିକା ପ୍ରକାଶ ପାଇଥିଲା ଏହି ତାଲିକାରେ ନର୍ଲା ବ୍ଲକ ରୁପ୍ରା ରୋଡ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ତ୍ରିପାଠୀଙ୍କୁ କୋକସରା ବ୍ଲକକୁ ବଦଳି କରାଯାଇଥିଲା ଯାହାକି ଉକ୍ତ ସ୍କୁଲରେ ଅଧ୍ୟୟନ କରିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଚକିତ କରିଥିଲା । ଆକ୍ରୋଶ ମୂଳକ ଭାବେ ନର୍ଲା ବିଧାୟିକ ତଥା କଳାହାଣ୍ଡି ଲୋକସଭା ସାଂସଦ ଓ ରାଜ୍ୟସଭା ସାଂସଦଙ୍କ ମିଳିତ ଉଦ୍ୟମରେ  ଶିକ୍ଷକ ମାନଙ୍କୁ ଅନ୍ୟତ୍ର ବଦଳି କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ଓ ବିଜେଡି ବିଧାୟିକାଙ୍କ ଅଭିଯୋଗକୁ କେଉଁ ସ୍ୱାର୍ଥରେ କଳାହାଣ୍ଡି ବିଜେପି ଲୋକସଭା ଓ ରାଜ୍ୟସଭା ସାଂସଦ ଏହା କୁ ସମର୍ଥନ କରିଥିଲେ ତାହା ସାରା କଳାହାଣ୍ଡି ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହାକୁ ବିରୋଧ କରି ରୁପ୍ରାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଙ୍କ ଅଭିଭାବକ ମାନେ ଏକତ୍ରିତ ହୋଇ ଗତ ଗୁରୁବାର ଓ ଶୁକ୍ରବାର ଦିନ ସ୍କୁଲ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।