(ପ୍ରଶାନ୍ତ ସ୍ୱାଇଁ): ପାରାଦିପ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ୱଛଭାରତ ଅଭିଯାନରେ ସମୁଦ୍ରରେ ଘଟିଥିବା ଅଘଟଣକୁ ନେଇ ଏବେ ପାରାଦିପ ବିଜେପି ପକ୍ଷରୁ ତୁରନ୍ତ କାର୍ଯ୍ୟନୁଷ୍ଠାନ ଦାବି କରିଛି । ଏଥିରେ ହୋଇଥିବା ଅବହେଳାପାଇଁ ବିଜେପି ମୁଖ୍ୟତଃ ପାରାଦିପ ପୌରପରିଷଦର ଅଧକ୍ଷ ବସନ୍ତ ବିଶ୍ୱାଳ, ଉପାଧକ୍ଷ ପ୍ରଭାତୀ ନାୟକ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ ମହାନ୍ତିଙ୍କୁ ଦାୟୀ କରିଛି । ଏନେଇ ବିଜେପି ପକ୍ଷରୁ ଜଗତସିଂହପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସମ୍ପଦ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ପାରାଦିପ ଜଟାଧାର ମୁହାଁଣ ସାମୁଦ୍ରୀକ ଥାନାରେ ଲିଖିତ ଭାବେ ଏତଲା ଦାୟର କରିଛି । ଏକ ଦାଇତ୍ୱ ହିନତା ଭାବେ ପାରାଦିପ ପୋରପରିଷଦ କିପରି ସ୍କୁଲର ଛୋଟଛୋଟ ପିଲାଙ୍କୁ ନେଇ ସ୍ୱଛ ଭାରତ ଅଭିଯାନ ଆରମ୍ଭ କରିଥିଲା । ଯଦିଓ ଏହା ଆୟୋଜନ କରିଥିଲା ସେଥିରେ ପ୍ରର୍ଯ୍ୟକ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା କାହିଁକି ଗ୍ରହଣ କରିନଥିଲୋ । ଯେିଁଥିପାଇଁ ଅଶୁଂମାନ ଦାଶ ନାମକ ଏକ ନିରିହ ଜୀବନ ଅକାଳରେ ବୁଡିଗଲା । ଯଦିଓ ପାରାଦି ସମୁଦ୍ର ବେଳାଭୁମିରେ ଗାଧୋଇବା ଏକ ବିପଦବୋଲି ପୁର୍ବରୁ ଘୋଷଣା ହୋଇଛି କିନ୍ତୁ ସନେଇ ସ୍କୁଲ ପିଲାଙ୍କୁ କଣ ପାଇଁ ସଚେତନ କରାଯାଇନଥିଲା । ଏଥିପାଇଁ ସମ୍ପୁର୍ଣ ପାରାଦିପ ପୌରପ୍ରଶାସନ ହିଁ ଦାୟୀବୋଲି ବଜେପି ଦର୍ଶାଇବାସହ ତୁରନ୍ତ ଏନେଇ କାର୍ଯ୍ୟନୁଷ୍ଠାନ ସ୍ୱରୁପ ପଦାଧିକାରୀଙ୍କୁ ଗିରଫ କରାଯାଉବୋଲି ଦାବିହୋଇଛି । ଅପରେ ପକ୍ଷେ ସମୁଦ୍ରରେ ବୁଡି ଗତକାଲି ଠାରୁ ନିଖୋଜ ଥିବା ଅଶୁଂମାନ ଦାଶ ର ମୃତଦେହ ଆଜି ହନୁମାନ ମନ୍ଦିର ପାଖ ସମୁଦ୍ର ବେଳାଭୁମିରେ ମିଳିବାପରେ ବିଜେପି ପକ୍ଷରୁ ତାଙ୍କ ପରିବାରଲୋକଙ୍କୁ ଭେଟି ସମବେଦନା ଜଣାଇବାସହ ତାଙ୍କୁ ନ୍ୟାୟ ଦେବାପାଇଁ ବଜେପି ଯଥାରିତି ଉଦ୍ୟମ ଜାରିରଖିବବୋଲି ବଜେପି ଯୁବମୋର୍ଚ୍ଚା ପ୍ରକାଶ କରିଛନ୍ତି ।
.