ପଣ୍ୟ ବେପାରରେ ରେକର୍ଡ ହାସଲ କରିଛି ପାରାଦୀପ ବନ୍ଦର

ଭୁବନେଶ୍ୱର: ପୁଣି ସଫଳତା ହାସଲ କଲା ପାରାଦୀପ ବନ୍ଦର । ପଣ୍ୟ ବେପାରରେ ଆଉଥରେ ପାରାଦୀପ ବନ୍ଦର ରେକର୍ଡ ହାସଲ କରିଛି । ଏହି ସଫଳତାକୁ ଲଗାଇ ଲଗାତର ଷଷ୍ଠ ଥର ପାଇଁ ପାରାଦୀପ ବନ୍ଦର ସଫଳତା ହାସଲ କରିଛି । ୧୦୦ ନିୟୁତ ମେଟ୍ରିକ ଟନ୍ କାରବାର କରିଛି । ଉଭୟ ଆମଦାନୀ ଓ ରପ୍ତାନୀରେ ରେକର୍ଡ ହାସଲ କରିଥିବା ବେଳେ, କ୍ୟାଲେଣ୍ଡର ବର୍ଷ ପୂରିବାକୁ ୪୦ ଦିନ ବାକି ଥାଇ ଏହି ରେକର୍ଡ ହୋଇଛି । ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କରି ସମଗ୍ର ଦେଶରେ ଥିବା ବୃହତ ବନ୍ଦରମାନଙ୍କ ମଧ୍ୟରେ ନୂତନ ରେକର୍ଡ କରିଛି।ଏହି ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପି.ଏଲ୍.ହରନାଦ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।