୫ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

(ପ୍ରଶାନ୍ତ ସ୍ୱାଇଁ ) : ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଆଇଓସିଏଲ୍ ପାରାଦ୍ୱୀପ ତୈଳ ବିଶୋଧନାଗାର ପ୍ରଶାସନିକ ଭବନ ସମ୍ମୁଖରେ ଶ୍ରମିକ ମାନଙ୍କ କଳାପତାକା ପ୍ରଦର୍ଶନ ସହ ଆଜି ସକାଳୁ ପାରାଦୀପ – ଏରସମା ଶିଳ୍ପାଚଂଳ ଶ୍ରମିକ ସଂଘ ପ୍ରାୟ ଶତାଧୀକ ଶ୍ରମିକମାନେ ୫ ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରି ତୈଳବିଶୋଧନାଗାର ପ୍ରଶାସନିକ ଭବନ ସମ୍ମୁଖରୁୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ତୈଳବିଶୋଧନାଗାର ମୁଖ୍ୟ ଫାଟକ ନିକଟରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦରମା ବୃଦ୍ଦି ନେଇ ଚୁକ୍ତିନାମା, ମାସକୁ ମାସ ନିୟମିତ ଦରମା ପ୍ରଦାନ, ଗେଟ୍ ପାସ୍ ପ୍ରଦାନ କରିବା ଓ ପୁରୁଣା ଶ୍ରମିକମାନଙ୍କୁ ଛଟେଇ ନ କରିବା ଏହି ଭଳି ବିଭିନ୍ନ୍ ଦାବିନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତିି । ଏହି ଦାବିନେଇ ଶ୍ରମିକ ସଂଘ ଗତ ବର୍ଷ ଅଗଷ୍ଟ ମାସ ୪ ତାରିଖରେ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ତୈଳବିଶୋଧନାଗାର କର୍ତୁପକ୍ଷ ଓ ଆନ୍ଦୋଳନକାରୀଙ୍କ ଭିତରେ ଏକ ଆଲୋଚନା ହୋଇଥିଲା । ତେବେ ଆଲୋଚନାରେ ବିଶୋଧନାଗାର କର୍ତୁପକ୍ଷ ଶ୍ରମିକମାନଙ୍କ ଦାବିକୁ ପୁରଣ କରିବା ଓ କେନ୍ଦ୍ର ଅତିରିକ୍ତ ଶ୍ରମ ବିଭାଗ ପକ୍ଷରୁ ଦିଆଯାଇଥିବା ଚୁକ୍ତିନାମାକୁ ଅଣଦେଖା କରୁଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏହି ବିକ୍ଷୋଭ ଆଗାମି ୨୨ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ଜାରି ରହିବ । ଶ୍ରମିକମାନେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ ଯୋଗ ଦେବେ ଯେ ପର୍ଯ୍ୟନ୍ତ କେନ୍ଦ୍ର ଅତିରିକ୍ତ ଶ୍ରମ ବିଭାଗରେ ଆଗାମି ୨୨ ତାରିଖରେ ହେବାକୁ ଥିବା ବୈଠକରେ ତୈଳବିଶୋଧନାଗାର କର୍ତୁର୍ପକ୍ଷ ଶ୍ରମିକ ମାନଙ୍କ ଦାବିନେଇ ଚୁକ୍ତିନାମା ସ୍ୱାକ୍ଷର ନକରାଯାଏ ତେବେ ଆଗାମି ୨୩ ତାରିଖ ରେ କମ୍ପାନୀକୁ ସମ୍ପୁର୍ଣ ଅଚଳ କରାଯିବବୋଲି ଚେତାବନୀ ଦେଇଛନ୍ତି ।