ମୃତ ଦେହକୁ ହତାଦର, ଏବେବି ପଡିରହିଛି କମଳାଙ୍କ ମୃତ ଦେହ

(ପ୍ରଶାନ୍ତ ସ୍ୱାଇଁ ): ହଜିଯାଇଛି ମାନବିକତା । ହାରିଯାଇଛି ମଣିଷ ପଣିଆ । ଗତ ସୋମବାର ଦିନ୧୨ଟାରୁ ବୁଦ୍ଧା ମହିଳାଙ୍କ ମୃତ୍ୟୁକୁନେଇ ୨୦ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ଶବ ସଂସ୍କାର । ସେ ଯେମିତି ପାଲଟି ଯାଇଛନ୍ତି ସମସ୍ତଙ୍କ ପାଇଁ ଅଲୋଡା । ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦିପ ଉପକଣ୍ଠ ବିଶ୍ୱାଳି ପଚାଂୟତର ନରେନ୍ଦ୍ରପୁର ଗ୍ରାମରେ ।

ସ୍ୱାମୀଙ୍କ ମୃତ୍ୟୁପରେ କମଳା ରାଉତ ନିଜର କୌଣସି ସନ୍ତାନ ନଥିବାରୁ ବେ ସାହାରା ହୋଇ ନିଜର ଥିବା ସମସ୍ତ ସମ୍ପତିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରି ବାକିତକ ଜୀବନ ସେମାନଙ୍କ ସାହାରାରେ କଟାଇବେବୋଲି ଆଶା ରଖିଥିବା କମଳାଙ୍କ କୁଟୁମ୍ବମାନେ କହିଛନ୍ତିି । ତେବେ ଯେଉଁ କମଳା ନିଜ ବାକିତକ ଜୀବନକୁ ହସଖୁସିରେ କାଟିବାପାଇଁ ସମସ୍ତ ସମ୍ପତିକୁ ଅନ୍ୟମାନଙ୍କ ହାତରେ ଟେକି ଦେଇଥିଲେ ସେମାନେ ଆଜି ତାଙ୍କର ବୃଦ୍ଧା ବୟସରେ ପାଖରେ ନାହିଁନ୍ତି । ଏପରିକି ତାଙ୍କ ଶେଷ ସମୟରେ କେହିଜଣେ ଆସିନାହାଁନ୍ତି ତାଙ୍କ ମୁହଁରେ ଟିକେ ପାଣି ଦେବାପାଇଁ । କିନ୍ତୁ ଏବେ ମୃତ କମଳାଙ୍କ ଶବ ସଂସ୍କାର ପାଇଁ ଚାଲିଛି ଟଣାଓଟରା । ତେବେ କୁଟୁମ୍ବମାନେ କହିବାକଥା ଯଦି ସେ ସମସ୍ତ ସମ୍ପତି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିଛନ୍ତି ତେବେ ସେମାନେ ଆସି ଶବ ସଂସ୍କାର କରନ୍ତୁ । କିନ୍ତୁ ଦିର୍ଘ ୨୦ ଘଣ୍ଟାପରେ ମଧ୍ୟ ଶବ ସଂସ୍କାର ହୋଇପାରିନଥିବା ମଣିଷ ପଣିଆକୁ ଯେମିତି ହରେଇ ବସିଛି । ନିଜର କୁଟୁମ୍ବମାନେ ଥିଲେବି ଲାଗୁଛି ନଥିଲାପରି ଆଉ ଯାହା ହାତରେ ସମସ୍ତ ସମ୍ପତି ଟେକି ଦେଇଥିଲେ ସିବୁ ଥାଇ ନଥିଲାପରି । ଏବେବି ପଡି ରହିଛି କମଳାଙ୍କ ମୃତ ଦେହ ।

ଗୋଟିଏ ପଟେ ସମ୍ପର୍କର୍ିୟମାନେ ଖୋଲାଖୋଲି ଭାବେ ଶବ ସଂସ୍କାର କରିବାକୁ ରୋକଠୋକ ମନା କରିଦେଇଥିବାବେଳେ ଅନ୍ୟପଟେ ଗ୍ରାମବାସୀ ମାନେ ସେଥିରୁ ମଧ୍ୟବାଦ ଯାଇନାହାଁନ୍ତି । ତେବେ ଗ୍ରାମାବାସୀ ଓ ମୃତ କମଳାଙ୍କ ସମ୍ପର୍କିୟଙ୍କ ଭିତରେ ଏଭଳି ଟଣାଓଟରାକୁ ନେଇ କୌଣସି ନିର୍ଜାସ ବାହାରିପାରୁନଥିବାବେଳେ ଏହାକୁ ନିନ୍ଦାକରିବା ସହ ସଭ୍ୟ ସମାଜରେ ଏଭଳି ଏକ ଘଟଣାକୁନେଇ ଦୁଃଖ ପ୍ରକାଶ କରିଛନ୍ତି ବିଶ୍ୱାଳି ପଚାଂୟତର ଲୋକପ୍ରତିନିଧୀ ।