( ପ୍ରଶାନ୍ତ ସ୍ୱାଇଁ): ତିନିଚକିଆ ସାଇକେଲରେ ସାରା ଭାରତ ଭ୍ରମଣ କରିବାର ଇଛାଶକ୍ତି ନେଇ ଯାତ୍ରା ଆରମ୍ଭ କରିଛନ୍ତି ଭିନ୍ନକ୍ଷମ ଅରବିନ୍ଦ ମିଶ୍ର । ଅରବିନ୍ଦ ମିଶ୍ରଙ୍କ ଘର ବିହାର ପଟଣାରେ, ଛୋଟବେଳୁ ପୋଲିଓ ରୋଗରେ ଆକ୍ରନ୍ତ ହୋଇଛନ୍ତି ସତ କିନ୍ତୁ ନିଜକୁ କେବେ ସେ ଦୁର୍ବଳ ଭାବି ନାହାନ୍ତି । ସେ ବୁଲିବଲି ଜନ ସଚେତନତା ସୃଷ୍ଟି କରୁଛନ୍ତି । ସେ ପୁରୀରୁ ଯାତ୍ରା ଆରମ୍ଭ କରି ପାରାଦିପରେ ପହଞ୍ଚିଚନ୍ତି । ଏଠାରେ ଗୋଟିଏ ସପ୍ତାହ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଲୋକମାନଙ୍କୁ ବେଟି ପଢାଅ ବେଟି ବଞ୍ଚାଅ, ରକ୍ତଦାନ ମହାପୁର୍ଣ୍ୟ ଓ ଗାଡି ଚଳାଇବାବେଳେ ସର୍ତକତା ଅବଲମ୍ବ କରିବା ବିଷୟରେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ସେ ୨୦୦୮ ମସିହାରେ ପୋଲିଓ ମୁକ୍ତ ଦେଶ ପାଇଁ ଆହ୍ୱାନଦେଇ ତିନିଚକିଆ ସାଇକେଲରେ ପୁରୀରୁ ଗୋଆ ଯାତ୍ରା କରିଥିଲେ ।