କୁଶପୁତଳିକା ଦାହର ପ୍ରତିବାଦ କରିଛି ସ୍କୁଲ ଅଭିଭାବକ

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ଵୀପ)-; ବିଜେପି ପକ୍ଷରୁ ପାରାଦ୍ଵୀପ ବିଜେଡି ନଗର ସଭାପତି ଙ୍କ କୁଶପୁତ୍ତଳିକା ଦାହର ପ୍ରତିବାଦ କରିଛି ସ୍କୁଲ ଅବିଭାବକ ସଂଘ। ଗତ କିଛିଦିନ ହେଲା ପାରାଦ୍ଵୀପର ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲକୁ ନେଇ ବିବାଦ ଲାଗିରହିଛି। ୨୦୧୬ ମସିହାରେ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲ ଓ ନବ ପ୍ରଭାତ ସ୍କୁଲକୁ ମିଶ୍ରଣ କରି ପରିଚାଳନା କରାଯାଉଥିଲା। ମାତ୍ର ଗତ ୪ ଦିନ ତଳେ ବିର୍ସା ମୁଣ୍ଡା ଆଦିବାସୀ ସ୍କୁଲ ର କିଛି ଶିକ୍ଷୟତ୍ରୀ ପରିଚାଳନା କମିଟି ର ଅଧକ୍ଷ ତଥା ପାରାଦ୍ଵୀପ ବିଜେଡି ନଗର ସଭାପତି ବସନ୍ତ ବିଶ୍ବାଳ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏବଂ ସ୍କୁଲ କୁ ହଡ଼ପ କରିଥିବା ମଧ୍ୟ ପାରାଦ୍ଵୀପ ଥାନାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଦିନ ନଗର ବିଜେପି ପକ୍ଷରୁ ବସନ୍ତ ବିଶ୍ବାଳ ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଯାହାର ପ୍ରତିବାଦ କରିଛନ୍ତି ସ୍କୁଲ ପରିଚାଳନା କମିଟି ଅବିଭାବକ। ବିଜେପି ଦଳ ଏହି ଘଟଣାରେ ରାଜନୈତିକ ଫାଇଦା ଉଠାଇବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ପରିଚାଳନା କମିଟି। ଉଭୟ ସ୍କୁଲକୁ ମିଶ୍ରଣ କରିବା ନିଷ୍ପତ୍ତି ସେମାନଙ୍କର ଥିଲା, ଏବଂ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଆସି ପାଠ ପଢାଉ ନଥିଲେ। ପରିଚାଳନା କମିଟି ବୈଠକରେ ଏ ସମ୍ପର୍କରେ କୁହାଯିବା ରୁ ମିଥ୍ୟା ଆରୋପ ଲଗାଇଛନ୍ତି ଏବଂ ବିଜେପି ଏଥିରୁ ରାଜନୈତିକ ଫାଇଦା ନେବାକୁ ଚାହୁଁଛି ବୋଲି ଅଭିଯୋଗ କରିଛନ୍ତି।