ସୁଫିଆନା ପନିର ଟିକ୍କା

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ):

ଆବଶ୍ୟକ ସାମଗ୍ରୀ:
ପନିର୍‌ : ୨୦୦ ଗ୍ରାମ୍‌ , ପାନମଧୁରି: ୧ ଚାମଚ ,ଗୁଜୁରାତି: ୨ ପିସ୍‌ ,ରସୁଣ: ୪ ପାଖୁଡା ଅଦା: ୫ ଗ୍ରାମ୍‌ ,ଲଙ୍କା: ୨ଟା ,ଅମୁଲ କ୍ରିମ୍‌: ୨ ଚାମଚ ,ବେସନ: ୧ ଚାମଚ ,ବଟର: ୧ ଚାମଚ ତେଲ: ୨୦ ଗ୍ରାମ୍‌ ,କେଶର: ୬ ପିସ୍‌ ,ମରିଚ ପାଉଡର: ୨ ଗ୍ରାମ୍‌ ,ହଳଦୀ ଗୁଣ୍ଡ: ୫ ଗ୍ରାମ୍‌ ,ଚାଟ୍‌ ମସଲା: ୫ ଗ୍ରାମ୍‌ ଲେମ୍ବୁ ରସ: ୧ ଚାମଚ ,ସ୍ବାଦ ଅନୁଯାୟୀ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଦା, ରସୁଣ ଓ ଲଙ୍କା ଭଲ ଭାବେ ପେଷ୍ଟ କରନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ବଟର ପକାଇ ସେଥିରେ ବେସନ ଭାଜି ତାକୁ ଅଲଗା ପାତ୍ରରେ କାଢି ରଖନ୍ତୁ। ଭଜା ଯାଇଥିବା ବେସନରେ ପୂର୍ବରୁ ପ୍ରସ୍ତୁତ ପେଷ୍ଟ, ଅମୁଲ କ୍ରିମ୍‌, ତେଲ, ମରିଚ ପାଉଡ଼ର, ଚାଟ୍‌ ମସଲା, ହଳଦୀ ପାଉଡର, କେଶର, ଲେମ୍ବୁରସ, ଗୁଜୁରାତି, ପାନମଧୁରୀ ଗୁଣ୍ଡ, ପନିର ଏବଂ ସ୍ବାଦ ଅନୁଯାୟୀ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଅଧଘଣ୍ଟା ଛାଡି ତାକୁ ତନ୍ଦୁର ଭାଟିରେ ରୋଷ୍ଟ କରିଦିଅନ୍ତୁ। ଏହାପରେ ପ୍ଲେଟ୍‌ରେ ସଜାଇ ସେଥିରେ ପୁଦିନା ଚଟଣୀ ସହିତ ପରଷି ଦିଅନ୍ତୁ।