ପନୀରକୁ ଶାକାହାରୀ ଭୋଜନରେ ବହୁତ ପସନ୍ଦ କରାଯାଏ । କାରଣ ଯେତେବେଳେ ବି କୌଣସି ସ୍ପେଶାଲ ଡ଼ିସ ପ୍ରସ୍ତୁତ କରାଯାଏ ସେତେବେଳେ ଆଗ ପନୀରକୁ ରଖାଯାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଝଟପଟ ପସ୍ତୁତ ହେଉଥିବା ମସାଲାଦାର ପନୀର ଭୁଜିଆ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଏହା ବନାଇବାର ପ୍ରସ୍ତୁତି ।
ଆବଶ୍ୟକ ସାମଗ୍ରୀ ପନୀର-୧୦୦ଗ୍ରାମ,ଟମାଟୋ-୨ଟା,ପିଆଜ-୧ (ଛୋଟ କଟା ହୋଇଥିବା),କଞ୍ଚା ଲଙ୍କା-୨,ଅଦା-ଅଳ୍ପ ପେଶା ହୋଇଥିବା,ରସୁଣ ୨କୋଲା,ସୁଖିଲା ମସଲା,ଜିରା -୧/୪ ଚାମଚ,ହଳଦି-ଚିମୁଟାଏ,ଗରମ ମସଲା-୧/୨ ଚାମଚ,ତେଲ-ଆବଶ୍ୟକ ଅନୁଯାୟୀ,ଲୁଣ-ସ୍ୱାଦାନୁସାରେ ପ୍ରସ୍ତୁତି ପ୍ରଣାଳୀ: ସର୍ବ ପ୍ରଥମେ ପନୀରକୁ କଦ୍ଦୁକସ କରିଦିଅନ୍ତୁ । ତାପରେ ତେଲ କିମ୍ବା ଘିଅ ଗରମ କରନ୍ତୁ ।
ଏହା ପରେ ଜିରା, ପିଆଜ,କଞ୍ଚା ଲଙ୍କା,ଅଦା ଏବଂ ରସୁଣ ପକାନ୍ତୁ । ଏହା ସୁନେଲୀ ରଙ୍ଗ ହେବା ଯାଏଁ ଭାଜନ୍ତୁ । ଏହା ପରେ ଟମାଟୋ ପକାଇ ପାଣି ମାରି ଦିଅନ୍ତୁ । ତାପରେ ସୁଖିଲା ମସଲା ପକାଇ ଭାଜନ୍ତୁ ।ଏହା ପରେ ମସଲାରେ ପନୀର ପକାଇ ଭାଜନ୍ତୁ । ଅଳ୍ପ ଭାଜି ହେବା ପରେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ପନୀର ଭୁଜିଆ |