ଗୋପ(ଜୟନ୍ତ କୁମାର ସେଠୀ): ଶ୍ରୀ ଜଗନ୍ନାଥ ଧାମରେ ପହଞ୍ଚିଛନ୍ତି ଫାଇଭ-ଟି ସଚିବ ଭି କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତୀକରଣ ନେଇ ସେବାୟତଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ତେବେ ମନ୍ଦିରରୁ ଫେରିବା ସମୟରେ ଜଗନ୍ନାଥ ସେନା ପକ୍ଷରୁ ପୁରୀର ନାମ ପରିବର୍ତ୍ତନ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।
