ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ଢେଙ୍କାନାଳ/କଳ୍ପତରୁ ଜେନା: ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଜୁଳି ପଞ୍ଚାୟତ ନିର୍ବାହୀ ଅଧିକାରୀ ସନ୍ତୋଷ ସାହୁଙ୍କ ଘରେ ଚଢ଼ାଉ ଜାରି ରହିଛି । ସେ ଭୁବନ ବ୍ଲକ ଦିଘା ଓ ମଠକରଗୋଳା ପଞ୍ଚାୟତର ପିଇଓ ଥିବାବେଳେ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଥିଲା । କଟକ ଭିଜିଲାନ୍ସ ଓ ଢ଼େଙ୍କାନାଳ ଭିଜିଲାନ୍ସ ଟିମ୍ ମିଳିତ ଭାବରେ ଏହି ଚଢ଼ାଉ କରିଛନ୍ତି । ଚଢ଼ାଉରେ ଜଣେ ଡିଏସପିଙ୍କ ସହିତ ୭ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି ।             
ଆଜି ଏକକାଳୀନ ଢେଙ୍କାନାଳ ଓ କାମାକ୍ଷାନଗରର ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ତୁମୁସିଂଗାର ଧୋବାବାହାଳୀରେ ଥିବା ପୈତୃକ ଘର, କାମାକ୍ଷାନଗରରେ ଥିବା ଏକ ୨ ମହଲା ଘର ସହ କେରଜଳି ପଂଚାୟତରେ କାର୍ୟ୍ୟାଳୟରେ ରେଡ ଜାରି ରହିଛି । ବର୍ତ୍ତମାନ ପର୍ୟ୍ୟନ୍ତ ୧ଟି ତିନି ମହଲା କୋଠା ଓ ୧ଟି ଦୁଇ ମହଲା କୋଠା ଠାବ କରାଯାଇଛି ।