ବରୀରେ ବିଶ୍ଵଙ୍କ ମାରାଥନ ପ୍ରଚାର

0

ବରୀ : ପଞ୍ଚାୟତ ନିର୍ବାଚନ ପାଇଁ ସମୟ ଯେତେ ଘନାଉଛି ଲୋକଙ୍କ ମନ ରେ ସେତେ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଆସନ୍ତା ୨୪ ତାରିଖରେ ବରୀ ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ। ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ବରୀ ବିଜେଡି ନେତା ତଥା ରାଜ୍ୟ ବିଜେଡି ସମ୍ପାଦକ ବିଶ୍ଵ ରଞ୍ଜନ ମଲ୍ଲିକ ରତ୍ନଗିରି,ଉଦୟନାଥ ପୂର୍ ଓ ଗୋଲକୁଣ୍ଡ ପଞ୍ଚାୟତରେ ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ସେ ରତ୍ନଗିରି ପଞ୍ଚାୟତ ରେ ଆଲିଆବାଦ ଛକ ନିକଟରୁ ଏକ ବାଇକ୍ ରାଲି ରେ ରତ୍ନଗିରି ପଞ୍ଚାୟତ ପରିକ୍ରମା କରିବା ସହ ତାଙ୍କ ପ୍ରାର୍ଥୀ ପାଇଁ ପ୍ରଚାର କରିଛନ୍ତି । ପରେ ଗୋଲକୁଣ୍ଡ ମା ମଙ୍ଗଳା ଙ୍କ ମନ୍ଦିର ନିକଟରୁ ଏକ ବାଇକ୍ ଶୋଭାଯାତ୍ରା ରେ ବାହାରି ହରିପୁର, ନୁରୁପୂର୍ ଗ୍ରାମ ପରିକ୍ରମା କରି ମେଣ୍ଢ ଗ୍ରାମରେ ପହଞ୍ଚି ତାଙ୍କ ସମର୍ଥିତ ସରପଂଚ ପ୍ରାର୍ଥୀନୀ ମଧୁସ୍ମିତା ବେହେରା ଙ୍କୁ ସୂର୍ଯ୍ୟ ଚିହ୍ନ ଏବଂ ସମିତି ସଭ୍ୟ ପ୍ରାର୍ଥୀନୀ ପ୍ରତିମା ଗୁରୁ ଙ୍କୁ କେଟିଲ ଚିହ୍ନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ । ସେହିପରି ଅପରାହ୍ନ ରେ ଉଦୟନାଥ ପୂର୍ ପଞ୍ଚାୟତରେ ଅଖିଳ ଜେନାଙ୍କ ସଭାପତିତ୍ଵ ରେ ଆୟୋଜିତ ଏକ ନିର୍ବାଚନ ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର କୋଟି ଜନତାଙ୍କ ନେତା ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖ କାର୍ଯ୍ୟ ସହ ସରକାର ଙ୍କ ଜନ ହିତକର ଯୋଜନା ଉପରେ ଆଲୋକପାତ କରିଥିଲେ । ଏହାସହ ସଦା ସର୍ବଦା ଉଦୟନାଥ ପୂର୍ ବାସୀଙ୍କ ସହ ମୁ ଅଛି ଓ ରହିବି ବୋଲି ସେ କହିଥିଲେ । ତାଙ୍କ ଦଳୀୟ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବା ସହ ୨୩ ନଂ ଜୋନ ଜିଲ୍ଲା ପରିଷଦ ପାର୍ଥିନି ସୁମିତ୍ରା ଯାଦବ ଙ୍କୁ ଶଙ୍ଖ ଚିହ୍ନ ରେ ବିପୁଳ ସଂଖ୍ୟା ରେ ଭୋଟ ଦେବା ସହ ସରପଞ୍ଚ ପ୍ରାର୍ଥୀନୀ ସବିତା ସାମଲ ଙ୍କୁ ଛତା ଚିହ୍ନ ରେ ଓ ସମିତି ସଭ୍ୟ ପ୍ରାର୍ଥୀ ଶରତ ସାମଲ ଙ୍କୁ ଷ୍ଟୁଲ ଚିହ୍ନ ରେ ଭୋଟ ଦେବା ପାଇଁ ଉଦୟ ନାଥ ପୂର୍ ପଞ୍ଚାୟତ ବାସି ଙ୍କୁ ନିବେଦନ କରିଥିଲେ। ଉକ୍ତ ସଭାରେ ମାନସ ସାମଲ, ହୁର୍ଶିକେଶ ସାମଲ, ଆନନ୍ଦଚନ୍ଦ୍ର ସାମଲ, ପ୍ରସନ୍ନ ସାମଲ , ତ୍ରୈଲୋକ୍ୟ ନାଥ ଜେନା, ସଞ୍ଜୟ ଜେନା, ବୃନ୍ଦାବନ ସାମଲ, ପ୍ରମୁଖ ଶତାଧିକ ଆଗଧାଡିର କର୍ମୀ ଉପସ୍ଥିତ ଥିଲେ ।