ଇସଲାମାବାଦ: ପାକିସ୍ତାନୀ ଛାତ୍ରଙ୍କ ଅଜବ କାରନାମା । ପରୀକ୍ଷା ଖାତାରେ ଉତ୍ତର ବଦଳରେ ଗୀତ ଲେଖି ବର୍ତ୍ତମାନ ଚର୍ଚ୍ଚା ପରିସରକୁ ଆସିଛନ୍ତି । ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଛାତ୍ର ଜଣକ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଉତ୍ତର ଖାତାରେ ଉତ୍ତର ବଦଳରେ କିଛି ଗୀତ ଲେଖିଛନ୍ତି । ଛାତ୍ର ଜଣକ ଲେଖିଛନ୍ତି ‘ବଡା ଖତରନାକ ପେପର ଦିଆ ହେ ଭାଇଲୋଗ, କସମ ସେ ଦିଲ ଦୁଖତା ହେ’ । ଏହା ସହ ଗୀତ ‘ତୁଝେ ଦେଖା, ହସତେ ହୁଏ ଗାଲ ପେ’ । ଏହି ଉତ୍ତର ଖାତାର ଭିଡିଓ ସେୟାର କରିଛନ୍ତି ଜଣେ ଶିକ୍ଷକ। ସୋସିଆଲ ମିଡିଆରେ ଏହି ଭିଡିଓକୁ ସିଙ୍ଗର ଅଲ୍ଲି ଜାଫର ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବେ ଏହା ଖୁବ ଭାଇରାଲ ହେବାରେ ଲାଗିଛି ।