ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ ସମିତି କହିଛି ଯେ ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗୁଛନ୍ତି । ଯେଉଁଥିରେ ସେମାନଙ୍କୁ ଜେଲ ଯିବାକୁ ପଡୁଛି । ବିଶ୍ୱର ଜେଲରେ ରହୁଥିବା ୯୦% ଭିକାରୀ ହେଉଛନ୍ତି ପାକିସ୍ତାନ । ଏବେ ପାକିସ୍ତାନ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ । ଏତେ ଖରାପ ଯେ ଭିକାରୀମାନେ ପାକିସ୍ତାନ ଛାଡି ଅନ୍ୟ ଦେଶକୁ ଯାଉଛନ୍ତି ଓ ସେଠାରେ ବିକ୍ଷାବୃତ୍ତି ରେ ନିୟୋଜିତ ହେଉଛନ୍ତି ।
ମିଳିଥିବା ରିପୋର୍ଟ ଅନୁସାରେ । ଏଥିରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନୀ ।ଇରାନ ଏବଂ ସାଉଦି ଆରବର ବିଭିନ୍ନ ଜେଲରେ ବହୁତ ସଂଖ୍ୟାରେ ଭିକାରୀମାନେ ଗିରଫ ହୋଇ ରହିଛନ୍ତି ।
ଏହି ରିପୋର୍ଟ ଅନ୍ୟ କୌଣସି ଦେଶ ନୁହେଁ ଖୋଦ ପାକିସ୍ତାନ ସରକାରଙ୍କ ସିନେଟର ସ୍ଥାୟୀ କମିଟିର ଅଟେ। କମିଟି କହିଛି ଯେ ପାକିସ୍ତାନ ଛାଡି ଅନ୍ୟ ଦେଶକୁ ଯାଉଥିବା ଅଧିକାଂଶ ଲୋକ ଭିକାରୀ ଅଟନ୍ତି ।