ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୁନିୟର ହକି ବିଶ୍ୱକପ ମହାସମର । ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ । ଆମେରିକା ବିପକ୍ଷ ମ୍ୟାଚରେ ସର୍ବାଧିକ ଗୋଲ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ ବିଜୟୀ ହୋଇ ରେକର୍ଡ କରିଥିଲା । କିନ୍ତୁ ଆଜି ସେହି ରେକର୍ଡ ଭାଙ୍ଗି ଇତିହାସ ରଚିଛି ପାକିସ୍ତାନୀ ଦଳ । ୧୮-୨ ଗୋଲରେ ଆମେରିକାକୁ ପରାସ୍ତ କରିଛି ପାକିସ୍ତାନ । ଯାହାର ମୁକ ସାକ୍ଷୀ ରହିବ କଳିଙ୍ଗ ଷ୍ଟାଡିୟମ । ଏହି ବିଜୟ ସହିତ ସହ ବିଶାଳ ବିଜୟ ହାସଲ କରି ବିଶ୍ୱକପ ଇତିହାସରେ ନୂଆ ରେକର୍ଡ କରିଛି ।
Full Time: Pakistan 18 – 2 USA
Pakistan register maximum number of goals scored by a team at the FIH Hockey Men's Junior World Cup.
They will now play for a spot from 9th to 12th and USA will play for the 13th to 16th place. #RisingStars #HockeyInvites #JWC2021 pic.twitter.com/lHCZBkQ0ja— International Hockey Federation (@FIH_Hockey) November 30, 2021
ପାକିସ୍ତାନ ପକ୍ଷରୁ ଅବଦୁଲ ରାଣା ସର୍ବାଧିକ ୪ଟି ଗୋଲ ସ୍କୋର କରିଥିବା ବେଳେ ଅବୁଜାର ୩ଟି ଏବଂ ଅଲୀ ରିଜୱାନ ୨ଟି ଗୋଲ କରିଥିଲେ । ମ୍ୟାଚର ପ୍ରଥମ କ୍ୱାର୍ଟରରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲା ପାକିସ୍ତାନ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ପାକିସ୍ତାନ ମାତ୍ର ଗୋଟିଏ ଗୋଲ କରିବାରେ ସକ୍ଷମ ହୋଇଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର ପରେ ଦମଦାର କମବ୍ୟାକ କରିଥିଲା ପାକ ଟିମ । ଦ୍ୱିତୀୟ କ୍ୱାର୍ଟରରେ ୬ଟି ଗୋଲ, ତୃତୀୟରେ ୭ଟି ଗୋଲ ଓ ପଞ୍ଚମ କ୍ୱାର୍ଟରରେ ଦଳ ୪ଟି ଗୋଲ କରିଥିଲା । ଅନ୍ୟପଟେ ଆରମ୍ଭରୁ ଚାପରେ ଥିବା ଆମେରିକା ମାତ୍ର ୨ଟି ଗୋଲ କରିବାରେ ସକ୍ଷମ ହୋଇଥିଲା । ଶେଷରେ ୧୮-୨ ଗୋଲରେ ପରାସ୍ତ ହୋଇଛି ଆମେରିକା ଜୁନିୟର ହକି ଟିମ ।