ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ

ପଦ୍ମପୁର: ଡିସେମ୍ବର ୫ରେ ପଦ୍ମପୁର ଉପ-ନିର୍ବାଚନ । ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ପଦ୍ମପୁର ପାଇଁ ଡିସେମ୍ବର ୫ ତାରିଖରେ ଭୋଟିଂ, ୮ ତାରିଖରେ ଗଣତି । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ ବିଜ୍ଞପ୍ତି । ନଭେମ୍ବର ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ୧୮ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଛି ଆସନ |