ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାର ମା ପୂର୍ଣ୍ଣେଶ୍ବରୀ ମନ୍ଦିରରୁ କାକଟପୁର ମଙ୍ଗଳା ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ସେ ଆଜି ସକାଳେ ମା ପୂର୍ଣ୍ଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଲୋକଙ୍କ ସହ କାକଟପୁର ମଙ୍ଗଳା ମନ୍ଦିର ଯାଏ ପଦଯାତ୍ରା ଆରମ୍ଭ କରୁଛନ୍ତି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପଦଯାତ୍ରା କରାଯାଉଛି।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରାୟ ୨୫ କିଲୋମିଟର ପଦଯାତ୍ରା କରୁଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଐତିହ୍ୟ ପଦଯାତ୍ରା ଜରିଆରେ ସ୍ଥାନୀୟ ଅଞ୍ଚଳର ପର୍ଯ୍ୟଟନର ବିକାଶ କରାଯିବ। ଏହାଛଡ଼ା ସେଠାକାର ଅର୍ଥନୈତିକ ବିକାଶ ବି କରାଯିବ।