ନୂଆଦିଲ୍ଲୀ: ମହାମାରୀ କରୋନ ପାଇଁ ଦେଶରେ ଅକ୍ସିଜେନ ସଂକଟ ଜାରି ମଧ୍ୟରେ ଏହି କ୍ରମରେ ସାମିଲ ହୋଇଛି ଦିଲ୍ଲୀର ଆର୍ମି ବେସ ହସ୍ପିଟାଲ । ଆର୍ମି ହସ୍ପିଟାଲରେ ଦେଖାଦେଇଛି ଅକ୍ସିଜେନ ଅଭାବ । ସୂତ୍ର ଅନୁଯାୟୀ, ଦିଲ୍ଲୀ ସରକାର ଦ୍ୱାରା ଆର୍ମି ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ହୋଇନାହିଁ । ଏବେ ରକ୍ଷ।। ମନ୍ତ୍ରଣାଳୟ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଯାଇଛି । ଆର୍ମି ହସ୍ପିଟାଲକୁ ପ୍ରତ୍ୟେହ ୧୨୫ ଜମ୍ବୋ ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ପଡିଥାଏ କିନ୍ତୁ ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ ସପ୍ଲାଏ ହୋଇପାରିନି ।
ଅନ୍ୟପଟେ ଦିଲ୍ଲୀରେ ଅକ୍ସିଜେନ ଅଭାବ ଜାରି ରହିଛି । ଗତ ରାତିରେ ଦିଲ୍ଲୀର ଇଣ୍ଡିୟାନ ସ୍ପାଇନଲ ଇଞ୍ଜରୀ ସେଣ୍ଟରେ ଅକ୍ସିଜେନ ଅଭାବ ଦେଖା ଦେଇଥିଲା । ତେବେ ସୌଭାଗ୍ୟକୁ ସେଠାକୁ ତୁରନ୍ତ ଅକ୍ସିଜେନ ପଠାଯାଇଥିଲା । ଯଦି ଦିଲ୍ଲୀରେ କରୋନା ମାମଲା ସମ୍ପର୍କରେ କୁହାଯାଏ, ତେବେ ଗତ କାଲି ରାଜଧାନୀରେ ୧୮ ହଜାର ମାମଲା ସାମ୍ନାକୁ ଆସିଛି ଓ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ୯୦ହଜାର ଆକ୍ଟିଭ କେଶ ରହିଛି ।