ବ୍ୟୁରୋ: ସିଲିଣ୍ଡର ଫାଟି ବଡ ଧରଣର ଦୁର୍ଘଟଣା ।ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏକ ଘରୋଇ ହସ୍ପିଟାଲ ବାହାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବାଲାଗଞ୍ଜ ଛକ ନିକଟରେ ଏକ ଘରୋଇ ହସ୍ପିଟାଲ ରହିଛି ଯେଉଁଡିକି ଫରିଦିପୁରସ୍ଥିତ ଏଲାଇଟ ଅକ୍ସିଜେନ ପ୍ଲାଣ୍ଟର ଦୁଇ କର୍ମଚାରି ଅକ୍ସିଜେନ ସିଲିଣ୍ଡର ଡେଲିଭରି ଦେବାକୁ ଆସିଥିଲେ । ସେମାନେ ସିଲିଣ୍ଡର ବାହାରେ ଥୋଇବା ମାତ୍ରେ ପ୍ରଚଣ୍ଡ ଶବ୍ଦ କରି ସିଲିଣ୍ଡରଟି ଫାଟି ଯାଇଥିଲା । ଫଳରେ ୨ଜଣ ଯୁବକ ଗୁରୁତର ହୋଇଛନ୍ତି ।
ଲୋକଙ୍କ କହିବା ଅନୁଯାୟୀ , ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଏତେ ଜୋର୍ଦାର ଥିଲା ଯେ ୫ ମିନିଟ୍ ପର୍ଯ୍ୟନ୍ତ କିଛି ବି ଶୁଣାଯାଇ ନ ଥିଲା। ଚାରିଆଡ଼େ କେବଳ ଧୂଆଁ ହିଁ ଦେଖାଯାଉଥିଲା। ଏହି ବିସ୍ଫୋରଣରେ ହସ୍ପିଟାଲର ଝରକାଗୁଡ଼ିକ ଭାଙ୍ଗିଯାଇଛି।