ଓଲଟିଲା କାଉଡିଆଙ୍କ ଗାଡି । ଫଳରେ ୫ ଜଣ କାଉଡିଆ ଗଭୀର ଭାବରେ ଆହତ ହୋଇଛନ୍ତି । ସୂଚନା ଅନୁଶାରେ, ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଗତକାଲି ଜଳାଭିଷେକ ପାଇଁ ୧୨ ଜଣ କାଉଡ଼ିଆ ଭକ୍ତ ମହେନ୍ଦ୍ରଗିରି ଆସିଥିଲେ। କିନ୍ତୁ ମହେନ୍ଦ୍ରଗିରିରୁ ଫେରିବା ସମୟରେ, ବୁରୁଖତ ପାଖରେ ଗାଡି ଓଲଟି ପଡିଥିଲା । ଏହା ଫଳରେ ୫ ଜଣ କାଉଡିଆଙ୍କୁ ଗଭୀର ଆଘାତ ଲାଗିଥିଲା । ଖବର ପାଇ ଗାରାବନ୍ଧ ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ । ଏବଂ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟ ପଠାଇଥିଲେ।ଏହାପରେ ସେଠାରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ, ଶେଷରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।