ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଖୁସି ଖବର । ପାର୍ବଣ ଋତୁରେ କମିଛି ସୁନା ଦର । ଲଗାତାର ସୁନାଦର ବଢୁଥିବା ବେଳେ ଆଜି କିଛି ପରିମାରଣର କମିଛି ସୁନା ଦର । ଆଜି ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୫୨ହଜାର ୮୦୦ ଟଙ୍କା ରହିଥିବା ବେଳେ ଗତକାଲି ତୁଳନାରେ ପ୍ରାୟ ୭୦୦ ଟଙ୍କା କମିଥିବା କୁହାଯାଉଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮ ହଜାର ଟଙ୍କା ରହିଛି । ତେବେ ସପ୍ତାହକ ମଧ୍ୟରେ ୧୦ଗ୍ରାମ ପ୍ରତି ଦର ୫ହଜାର ଟଙ୍କା କମିଥିବା କୁହାଯାଉଛି । ସେହିପରି ଭୁବନେଶ୍ୱର ବଜାରରେ ରୂପା ଦର ମଧ୍ୟ ହ୍ରାସ ପାଇଛି । ଏକ କେଜି ରୂପା ଦର ୭୦ ହଜାର ରହିଥିବା ବେଳେ କେଜି ପିଛା ୭ହଜାର ଟଙ୍କା କମିଛି । ଆମେରିକୀୟ ଡଲାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଅନ୍ତର୍ଜାତୀୟ ବଜାରରେ ସୁନାର ଦର ହ୍ରାସ ପାଉଛି । ଆଗରୁ ପାର୍ବଣ ରୁତୁ ଆସୁଥିବାରୁ ସୁନା ଆହୁରି ହ୍ରାସ ପାଇବା ଅନୁମାନ କରାଯାଉଛି । ପ୍ରାୟ ୫ରୁ ୧୦ ପ୍ରତିଶତ ସୁନା ଦର ହ୍ରାସ ପାଇବା ଅନୁମାନ କରାଯଉଛି ।