କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଦ୍ୱତୀୟ ବୃହତ୍ତମ ବ୍ଲକ ଫିରିଙ୍ଗିଆ ହୋଇଥିବାରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପାଖାପାକ୍ଷି ଅନୁମାନିକ ୨୫୦୦ରୁ ଅଧିକ ଲୋକେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକେ ବ୍ୟକ୍ତିଗତ ସମସ୍ୟା ସମେତ ଗ୍ରାମର ସମସ୍ୟା ଗୁଡ଼ିକ ଦରଖାସ୍ତ ଦ୍ୱାରା ସମସ୍ତଙ୍କ ସମୁଖରେ ପ୍ରଦାନ କରିବା ଆଶାରେ ଆସିଥିବା ବେଳେ ନୀରାସ ହୋଇ ମନଦୁଃଖରେ ଫେରୁଥିବା ଦେଖିବାକୁ ମିଳିଛି। କିଛି ଲୋକେ ନବୀନ ଓଡ଼ିଶା ଅଧ୍ୟୟ ପାଣ୍ଡିଆନ୍ ଆସୁଛନ୍ତି ବୋଲି ଶୁଣି ପାଣ୍ଡିଆନ୍ ଙ୍କୁ ସାକ୍ଷାତ କରି ନିଜର ଅଭିଯୋଗ ସମସ୍ତଙ୍କ ସମୁଖରେ ପ୍ରଦାନ କରିବା ଆଶାରେ ଆସିଥିବା ପ୍ରକାଶ କରିଛନ୍ତି। ଆଜିକାଲି ନେଟ୍ ଦୁନିଆ ହୋଇଥିବା ସତ୍ତ୍ୱେ ଭିଡ଼ିଓ ମାଧ୍ୟମରେ ଭି କେ ପାଣ୍ଡିଆନ୍ ଫିରିଙ୍ଗିଆ ବାସିନ୍ଦାଙ୍କୁ ନିଜର ବକୃତା ରେ ରାଜ୍ୟରେ ହୋଇଥିବା ବିକାଶ ବିଷୟରେ କହୁଥିବା ବେଳେ ଦିର୍ଘ ସମୟ ନେଟଓ୍ୱାର୍କ ଅଚଳ ହୋଇଯାଇଥିବାରୁ ରାଜ୍ୟର ଉନ୍ନତି ବିଷୟରେ ସମ୍ପୁର୍ଣ୍ଣ ଜାଣିପାରି ନଥିବା ଜଣାପଡ଼ିଛି। ପରିଶେଷରେ ବାଧ୍ୟ ହୋଇ କିଛି ଜନତା କାର୍ୟ୍ୟକ୍ରମର ଶେଷରେ ଫୁଲବାଣୀ ବିଧାୟକଙ୍କ ସମେତ ଦାଇତ୍ୱରେ ଥିବା ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ବ୍ଲକ କୁ ବାରମ୍ୱାର ଅଣଦେଖା କାହିଁକି କରାଯାଉଅଛି ବୋଲି ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ଥର କେବଳ ନିର୍ବାଚନ ସମୟରେ ଲୋକମାନଙ୍କୁ ଅନେକ ମିଥ୍ୟା ପ୍ରବଚନ ମିଥ୍ୟା ସ୍ୱପ୍ନ ଦେଖାଇ ଚାଲୁଥିବା ଜନତାଙ୍କ ମଧ୍ୟରେ ଆଲୋଚନା ଜର ଧରିଥିବା ଶୂଣିବାକୁ ମିଳିଛି।