ଆମ ନେତାଙ୍କ ଭୁଲ୍ ଭୁଲ୍ ନୁହେଁ

ସ୍ୱାର୍ଥ ଯେଉଁଠି ନବୀନ ସେଇଠି । ସମ୍ବେଦନଶୀଳ ଘଟଣାକୁ ନେଇ ମଧ୍ୟ ରାଜନୀତି କରିବାରେ ମାହିରେ, ବିଜୁ ଜନତା ଦଳ । ଯେଉଁ କଥାକୁ ଆମେ କହୁନୁ, ବରଂ ସେମାନଙ୍କ ହାବଭାବରୁ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ଥରେ ଆପଣ ହିଁ ଭାବନ୍ତୁ, ହସ୍ପିଟାଲରୁ ସୁସ୍ଥ ହୋଇ ଏବେ ଏବେ ଫେରିଥିବା ନବୀନ, କିଛିଦିନ ମୁମ୍ବାଇର ପାଣି ଓ ପବନ ଖାଇ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିଲେ । ହେଲେ ଅମରେଶ ଜେନାଙ୍କ ଘଟଣା ପରେ ପୁଣି ନୀରବ ପଡିଗଲେ । ବାଲେଶ୍ୱରରୁ ଆରମ୍ଭ କରି ବଳଙ୍ଗା ପର୍ଯ୍ୟନ୍ତ । ସବୁ ଘଟଣାରେ ସୋସିଆଲ ମିଡିଆରେ କାଉଣ୍ଟର ର କରି,  ଜଣେ ଟାଣୁଆ ନେତା ବୋଲି ଯେଉଁ ଛାତି ପିଟୁଥିଲେ ନହୀନ ।   ହେଲେ ନିଜ ଦଳର ନେତାଙ୍କ ଗିରପ ପରେ, ଗୋଟିଏ ବି ଶଦ୍ଦ ସୋସିଆଲ ମିଡିଆରେ ଲେଖିଲେନି । ତେବେ ସେହି ଟାଣୁଆ ନେତାଙ୍କୁ ଗୋଟିଏ ପ୍ରଶ୍ନ, କଣ ଇଏ ଜଣେ ମହିଳା ନଥିଲେ କି ? ନାଁ ୟାଙ୍କୁ ନ୍ୟୟର ଆବଶ୍ୟକତା ନାହିଁ ?

ବିଜେଡି କର୍ପୋରେଟର ଅମରେଶ ଜେନା ଓରଫ୍ ବାୟାଁଙ୍କୁ, ନୀଳଗିରି ଅଞ୍ଚଳରୁ କମିଶନରେଟ ପୋଲିସ୍ ବନ୍ଧିଥିଲା । ଏବଂ ତାଙ୍କ ନାମରେ ପୋସ୍କୋ ଠାରୁ ଆରମ୍ଭ କରି ଦୁଷ୍କର୍ମ ଭଳି ସଂଗୀନ ଦଫା ଲଗିଛି । ଖାଲି ସେତିକି ନୁହେଁ, ବେଆଇନ ଭାବରେ ଗର୍ଭପାତ କରେଇଥିବା ମଧ୍ୟ ଅଭିଯୋଗ ରହିଛି । ଯେଉଁ ଘଟଣା କି ନବୀନଙ୍କ ମୁଖ୍ୟମନ୍ତ୍ରୀ କାଳରେ ହୋଇଥିବା ଶୁଣିବାକୁ ମିଳୁଛି । ଏବଂ କ୍ଷମତାର ବଳ ଦେଖାଇ, ଅମରେଶ କୁଆଡେ ଗୋଟେ ଝିଅର ଜୀବନ ନଷ୍ଟ କରିଥିବା ଚର୍ଚ୍ଚା ହେଲାଣି । ଅବଶ୍ୟ ଅମରେଶଙ୍କ ଗିରଫ ପରେ ଦଳ ନିଜର ଆଉ ଗୋଟିଏ ଦୋଷକୁ ଲୁଚାଇବାକୁ ତାଙ୍କୁ ସସ୍ପେଣ୍ଡ କରିଥିଲା ।

ସବୁ ଘଟଣାରେ ରାଜ ରାସ୍ତାକୁ ଓହ୍ଲାଇ, କେବଳ ରାଜନୌତିକ ଫାଇଦା ହାସଲ ପାଇଁ ଗର୍ଜନ କରୁଥିବା ବିଜେଡି । ଦିଲ୍ଲୀରେ ମଧ୍ୟ ତାର ନାଟକ ଆରମ୍ଭ କରି ଦେଇଥିଲା । ଦିଲ୍ଲୀ ଦରବାରରେ ରାଜ୍ୟସଭା ସାଂସଦମାନଙ୍କୁ, ସବୁଜ ରଙ୍ଗର ଫ୍ଲାକାର୍ଟ ଧରାଇଥିଲା । ଏବଂ ଓଡିଶାକୁ ଅସୁରରକ୍ଷିତ ବୋଲି କହିଲେ । ଓଡିଶାରେ ବିଜେପି ସରକାରଙ୍କ ସମୟରେ ଅପରାଧିଙ୍କ ସଂଖ୍ୟା ବଢିଥିବା ମଧ୍ୟ ଉଲଲ୍ଲେ କରିଥିଲେ । ତେବେ ସେଇ ବିଜେଡିକୁ ଗୋଟିଏ ପ୍ରଶ୍ନ । ବର୍ତ୍ତମାନର ସରକାର ତ ଘଟଣା ଘଟୁ ଘଟୁ ତୁରନ୍ତ ଆକ୍ସନ ମୋଡରେ ଆସୁଛନ୍ତି । ହେଲେ ନବୀନଙ୍କ ଗତ ୨୪  ବର୍ଷର ସରକାରରେ କତେ ଆକ୍ସ ହୋଇଛି ?  ଆକ୍ସନ ତ ଦୂରର କଥା ବରଂ ଅପରାଧିଙ୍କୁ ଘଣ୍ଟ ଘୋଡାଉଥିଲା ଦଳ । ଆଉ ତାଙ୍କ ନେତାଙ୍କ ନାଁ ଉଠିଲେ, ସିଧା ମାମଲକୁ ମଧ୍ୟ ରଫାଦଫା କରି ଦେଉଥିଲେ । କେବଳ ତଦନ୍ତର ଆଳରେ ସତ ଲୁଚାଉଥିଲେ ନବୀନ ସରକାର ।