ଭୁବନେଶ୍ୱର: ବାତିଲ ଟ୍ରେନ୍ ଛାଡି ଗଡ଼ିବା ଅନ୍ୟ ଟ୍ରେନ୍ । ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ । ବିଶାଖାପାଟଣା ପଟୁ ଭୁବନେଶ୍ବର ଓ ହାୱଡ଼ା ଆଡ଼କୁ ଆସୁଥିବା ଡାଉନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଅପରାହ୍ଣ ପ୍ରାୟ ୨ଟା ସମୟରେ ଖଡ଼ଗପୁର ପଟୁ ଆସୁଥିବା ଅପ୍ ଟ୍ରେନ ଭଦ୍ରକରେ ପହଞ୍ଚିବ। ପ୍ରଥମେ ଆସିବ ହାୱଡ଼ା-ବାଙ୍ଗାଲୋର ଦୂରନ୍ତ ଏକ୍ସପ୍ରେସ । ସେହିପରି ବାତିଲ ହୋଇଥିବା ଟ୍ରେନକୁ ଛାଡ଼ି ମଧ୍ୟାହ୍ନ ୧୨ଟା ପରେ ଗଡ଼ିବ ଭୁବନେଶ୍ବର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବସ୍ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଇଉଛନ୍ତି ଯାତ୍ରୀ ।